ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ୱିତୀୟ ମେଧା ତାଲିକା ପ୍ରକାଶିତ
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ୱିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟର
admission


ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ୱିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି ।

ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖାଇଛନ୍ତି, ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକରେ ୨୬୧ ଜଣ ଏବଂ ସଂସ୍କୃତରେ ୧୪୭ ଜଣ ଅଛନ୍ତି । ମୋଟ ୨୩,୨୩୧ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିଛି ।

କଟକର ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ସର୍ବାଧିକ କଟଅଫ୍ (୭୮.୦୦%), ବାଣିଜ୍ୟରେ (୭୮.୨୦%) ଏବଂ ବିଜ୍ଞାନରେ (୯୦.୦୦% ) ହାସଲ କରିଛି । ବାଲେଶ୍ୱରର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲେଶ୍ୱରର ଏଫଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୭.୬୭% କଟଅଫ୍ ସହିତ ଧନ୍ଦାମୂଳକ ଷ୍ଟ୍ରିମ୍?ରେ ଶୀର୍ଷରେ ରହିଛି । ଉପଶାସ୍ତ୍ରୀ ଷ୍ଟ୍ରିମ୍ ରେ ପାରଳାଖେମୁଣ୍ଡିର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୦୦% ସହିତ ସର୍ବାଧିକ କଟଅଫ୍ ରେକର୍ଡ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande