
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ବିଜେଡି ଏବଂ
କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କଂଗ୍ରେସ ସମୟରେ 10 ରୁ 12 ଥର ପ୍ରଶ୍ନ ଲିକ
ହୋଇଛି । ମନମୋହନ ସରକାର ତାର ଉତ୍ତର ଦାୟିତ୍ୱ ନେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି
ବିଧାୟକ ଟଙ୍କଧର ତ୍ରିପାଠୀ? ବିଜେଡି ନିଯୁକ୍ତି ପାଇଁ ଯୁବକ ମାନଙ୍କ ଠାରୁ ନିଯୁକ୍ତି ମେଳା
ନାଁରେ ଟଙ୍କା ମାଗି ଖାଇଦେଲେ । ଲୋୟର ପିଏମଜିରେ ଆନ୍ଦୋଳନ ହେଲା ପୋଲିସ ଛାତ୍ରଛାତ୍ରୀଙ୍କୁ
ଉପରକୁ ଅତ୍ୟାଚାର କଲେ । ବିଜେଡି ସମୟରେ କୋଉ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ନବୀନଙ୍କର ନୈତିକ
ଅଧିକାର ନାହିଁ, ପ୍ରଶ୍ନ ଉଠାଇବାକୁ କି ବିଜେଡି ଆନ୍ଦୋଳନ କରିବାକୁ ବୋଲି କହିଛନ୍ତି ଟଙ୍କଧର
ତ୍ରିପାଠୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା