ଆଜି ସନ୍ଧ୍ୟା ୬ଟାରେ ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ବନ୍ଦ
ପୁରୀ, ୨୩ ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି ଗୁରୁବାର, ସନ୍ଧ୍ୟା ଦର୍ଶନ ଦିନ, ସନ୍ଧ୍ୟା ୬ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର
ଆଜି ସନ୍ଧ୍ୟା ୬ ଟା ରେ ଆଡପ ମଣ୍ଡପ ରେ ସନ୍ଧ୍ୟା ଦର୍ଶନ ବନ୍ଦ


ପୁରୀ, ୨୩ ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି ଗୁରୁବାର, ସନ୍ଧ୍ୟା ଦର୍ଶନ ଦିନ, ସନ୍ଧ୍ୟା ୬ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ। ମହାପ୍ରଭୁଙ୍କ ଏହି ପବିତ୍ର ନୀତିଗୁଡ଼ିକ ସୁରୁଖୁରୁରେ ଓ ନିର୍ବିଘ୍ନରେ ସମ୍ପାଦନ ପାଇଁ ନବମୀ/ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ୟବସ୍ଥାକୁ ସେବାଭାବରେ ଗ୍ରହଣ କରି ସମସ୍ତ ଭକ୍ତବୃନ୍ଦଙ୍କ ସହଯୋଗ ନିମନ୍ତେ ନମ୍ର ନିବେଦନ କରାଯାଉଛି।ସମସ୍ତ ସେବାୟତ ବନ୍ଧୁମାନଙ୍କର ନିରନ୍ତର ସହଯୋଗ ଓ ଉତ୍ତମ ସମନ୍ୱୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀ ଜଣାଇଛନ୍ତି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande