
ଧର୍ମଶାଳା,୨୩ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଖଣ୍ଡାସଛକ ନିକଟରେ ବ୍ରାହ୍ମଣୀ ନଦୀ କୂଳରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତ ଦେହ ଲାଗି ଥିବା ଦେଖିବାକୁ ମିଳିଛି । ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଲୋକେ ନଦୀ କୂଳକୁ ଆସି ପାଣିରେ ମୁହଁ ମାଡି ଏକ ମହିଳାଙ୍କ ଗଳିତ ଶବ ଭାସୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ଖଣ୍ଡାସ ଛକ ଲୋକଙ୍କୁ ଜଣାଇଥିଲେ । ତେବେ ଏହି ମହିଳା ଜଣକ କେଉଁଠାରୁ ଭାସି ଆସି ଏଠାରେ ଲାଗି ଥିବା ଅନୁମାନ କରାଯାଉଛି । ମୃତ ଦେହଟି ୧୫ ଦିନ ତଳର ବୋଲି ଅନୁମାନ କରାଯାଉଛି । ମୃତା ମହିଳା ଜଣକ ଏକ ନାଲି ରଙ୍ଗର ଶାଢୀ ପିନ୍ଧିଥିବା ଜଣାପଡିଛି । ରାତି ହୋଇଥିବାରୁ ଶୁକ୍ରବାର ସକାଳେ ଶବ ଗଳିତ ଶବ ଉଦ୍ଧାର କରାଯିବ ବୋଲି ବ୍ରହ୍ମବରଦା ଥାନା ଅଧିକାରୀ ସଂଜୟ କୁମାର ପରିଡା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ