ଫୁଲବାଣୀ : ବ୍ରାଉନ୍ ସୁଗାର ମାମଲାରେ ପୁଣି ୨ ଗିରଫ, ମୋଟ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଲା
2 two more arrested in brown sugar case in Phulbani
ଫୋଟ


କନ୍ଧମାଳ, ୨୪ ଜୁଲାଇ (ହି.ସ.)-

ଫୁଲବାଣୀରେ ବ୍ରାଉନ ସୁଗାର ଚାଲାଣ ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ l ଗିରଫ ଦୁଇ ଜଣ ହେଲେ ଖଜୁରିପଡା ଥାନା ଆର୍ ନୂଆଗାଁ ବର୍ତ୍ତମାନ ଅରବିନ୍ଦ ନଗର ଫୁଲବାଣୀରେ ରହୁଥିବା କୁଶ ମୁଖୀଙ୍କ ପୁଅ ପ୍ରକାଶ ମୁଖୀ ଓ ଫୁଲବାଣୀ ସାହିର ଅରୁଣ ମହାନ୍ତିଙ୍କ ସ୍ତ୍ରୀ ସୁକାନ୍ତି ମହାନ୍ତି ବୋଲି ଟାଉନ ପୋଲିସ କହିଛି l ଏ ଦୁଇ ଜଣଙ୍କୁ ମିଶାଇ ବ୍ରାଉନ ସୁଗାର ମାମଲାରେ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମେନ୍ଦ୍ର ପ୍ରସାଦ ଲ

ପୂର୍ବରୁ ୧୬୮/୨୬ ରେ ଓ ଆଜି ୧୫୯/୨୬ରେ ମାମଲା ରୁଜ୍ଜୁ ହୋଇଛି l କନ୍ଧମାଳ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବ୍ରାଉନ ସୁଗାର ମାମଲାର ତଦନ୍ତ କରାଯାଉଛି l ଡ୍ରଗସ ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଏସପି ଙ୍କ ନିର୍ଦେଶ କ୍ରମେ ସମସ୍ତ ଥାନା ପୋଲିସ ଡ୍ରଗସ ମାଫିଆଙ୍କ ଉପାରେ ସତର୍କ ଦୃଷ୍ଟି ରଖିଥିବା ଜଣାପଡ଼ିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande