ଆଡ଼ପ ବେଦିରେ ଜଗନ୍ନାଥଙ୍କ ଶେଷ ଦର୍ଶନ
ଗଞ୍ଜାମ, ୨୪ ଜୁଲାଇ (ହି.ସ.)- ପିତଳଵଜାର ଠାରେ ଆଡପ ଵେଦୀରେ ବହୁ ଶ୍ରଦ୍ଧାଳୁଙ୍କ ଗତକାଲି ରାତିଯାଏ ଭିଡ଼ ଲାଗିରହିଥିଲା।ଚଳିତଵର୍ଷ ଆଡପଵେଦିରେ ଭକ୍ତ ମାନଙ୍କୁ ପ୍ରଭୂଜଗନ୍ନାଥ ଶେଷ ଦର୍ଶନ ଦେଇଛନ୍ତି। ଆଜି ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଭୁ ଜଗନ୍ନାଥଙ୍କୁ କୋଦଣ୍ଡ ଧାରୀ ରଘୁପତିବ
ଆଡ଼ପ ବେଦିରେ ଜଗନ୍ନାଥ ଙ୍କ ଶେଷ ଦର୍ଶନ


ଗଞ୍ଜାମ, ୨୪ ଜୁଲାଇ (ହି.ସ.)-

ପିତଳଵଜାର ଠାରେ ଆଡପ ଵେଦୀରେ ବହୁ ଶ୍ରଦ୍ଧାଳୁଙ୍କ ଗତକାଲି ରାତିଯାଏ ଭିଡ଼ ଲାଗିରହିଥିଲା।ଚଳିତଵର୍ଷ ଆଡପଵେଦିରେ ଭକ୍ତ ମାନଙ୍କୁ ପ୍ରଭୂଜଗନ୍ନାଥ ଶେଷ ଦର୍ଶନ ଦେଇଛନ୍ତି। ଆଜି ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଭୁ ଜଗନ୍ନାଥଙ୍କୁ କୋଦଣ୍ଡ ଧାରୀ ରଘୁପତିବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ଅପରୂପ ଦିବ୍ୟ ସୁନ୍ଦର ମୂର୍ତ୍ତି ଦର୍ଶନ ପାଇଁ ବହୁ ଜନସମାଗମ ହେଵାସହ ସନ୍ଧ୍ୟା ଆଳତିରେ ବହୁ ସଂଖ୍ୟାରେ ଭକ୍ତ ସାମିଲ ହୋଇଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ମିଷ୍ଟାନ୍ନ ଵିତରଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande