ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିଲେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋକ୍ଷମ ଦେବ
ଖୋର୍ଦ୍ଧା,୨୪ ଜୁଲାଇ (ହି.ସ.) ଖୋର୍ଦ୍ଧା ଉପକଣ୍ଠ ଜାଗୁଳିପାଟଣାସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋକ୍ଷମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ପ୍ରତ୍ୟୁଷରୁ ମହା ପ୍ରଭୁଙ୍କ ମାଉସୀ ମା '' ଘର ଯାଗେଶ୍ୱରୀ ମନ୍ଦିର ରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ
Bahuda


ବାହୁଡ଼ା


ଖୋର୍ଦ୍ଧା,୨୪ ଜୁଲାଇ (ହି.ସ.) ଖୋର୍ଦ୍ଧା ଉପକଣ୍ଠ ଜାଗୁଳିପାଟଣାସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋକ୍ଷମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ପ୍ରତ୍ୟୁଷରୁ ମହା ପ୍ରଭୁଙ୍କ ମାଉସୀ ମା ' ଘର ଯାଗେଶ୍ୱରୀ ମନ୍ଦିର ରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ ମାନେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ସେବା ସମ୍ପନ୍ନ କରିଥିଲେ । ଅପରାହ୍ନ ୨ ରୁ ୪ ଘଟିକା ସମୟରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ପହଣ୍ଡି ବିଜେ ହୋଇଥିଲା । ମହାପ୍ରଭୁଙ୍କ ଛେରା ପହଁରା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ନିର୍ବାହ କରିଥିଲେ । ହରିବୋଲ ହୁଳହୁଳି, ମୃଦଙ୍ଗ, ଘଂଟ ଘଂଟା ନାଦରେ ପରିବେଶ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପୂର୍ଣ୍ଣ ହୋଇଥିଲା । ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଏହି ବାହୁଡ଼ା ଯାତ୍ରାରେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ । ପୋଲିସ୍ ପ୍ରଶାସନ ପକ୍ଷରୁ ଉପଖଣ୍ଡ ପୋଲିସ୍ ଅଧିକାରୀ ପଙ୍କଜ ମାଝୀ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା କରିଥିଲେ । ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ ସଂକଳ୍ପ ସ୍ୱସ୍ତିକ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ବାହୁଡ଼ା ଯାତ୍ରା ପାରମ୍ପରିକ ନୀତି ରୀତିରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା, ଅଗ୍ନିଶମ ସେବା ,ସୂଚନା କେନ୍ଦ୍ର ସେବା, ପାନୀୟ ଜଳ ଯୋଗାଣ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପରିଚାଳନାରେ ଭ୍ରାମ୍ୟମାଣ ସୂଚନା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ , ଓଡ଼ିଶା ରିଭ୍ୟୁ ବିକ୍ରୟ କରାଯିବା ସହ ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନା ସମ୍ବନ୍ଧୀୟ ସୂଚନା ତଥା ଅଗ୍ରଣୀ ଯୋଜନାର ହିତାଧିକାରୀ ମାନଙ୍କ ସଫଳ କାହାଣୀ ପୁସ୍ତିକା 'ପ୍ରଗତି ପ୍ରବାହ 'ବଂଟନ କରାଯାଇଥିଲା । ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବ, ଜାଗୁଳିପାଟଣା ମନ୍ଦିର ପରିଚାଳନା କମିଟି ସମସ୍ତ ସଭ୍ୟ ବୃନ୍ଦ ,ସେବାୟତ ବୃନ୍ଦ ଙ୍କ ଦ୍ୱାରା ମହାପ୍ରଭୁଙ୍କ ରୀତିନୀତି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶେଷରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ପାରମାର ସ୍ମିଥ ପାରୁଶୋତମ ଦାସ ସନ୍ଧ୍ୟାରେ ରଥାରୂଢ଼ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିଥିଲେ ।

---------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande