ନବୀନ ପଟ୍ଟନାୟକଙ୍କ କୃତୀତ୍ୱକୁ ନିଜର କହି ଓଡ଼ିଶାବାସୀଙ୍କୁ ବିଜେପି ଭ୍ରମିତ କରୁଛି: ବିଜେଡି
ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରସଙ୍ଗ ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ନୀତି ଆୟୋଗର ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। କିନ୍ତୁ ବର୍ତମାନର ବିଜେପି ସରକା
dibya shankar mishra


ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରସଙ୍ଗ

ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ନୀତି ଆୟୋଗର ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। କିନ୍ତୁ ବର୍ତମାନର ବିଜେପି ସରକାର ଏହି ସଫଳତାକୁ ନିଜର କୃତୀତ୍ୱ ବୋଲି ଉପସ୍ଥାପନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଆଜି ଓଡ଼ିଶା ଭାରତର ଅନ୍ୟତମ ନିବେଶ ଅନୁକୂଳ, ଆର୍ôଥକ ଶୃଙ୍ଖଳିତ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଯେଉଁ ସୁନାମ ଅର୍ଜନ କରିଛି ତାହା କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱର ଫଳ। କିନ୍ତୁ ବିଜେପି ସରକାର ଏହାକୁ ନିଜର ସଫଳତା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ ।

ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଓଡ଼ିଶାର ଶିଳ୍ପ ପରିବର୍ତନ କୌଣସି ଆକସ୍ମିକ ଘଟଣା ନୁହେଁ କିମ୍ବା ସ୍ୱଳ୍ପକାଳୀନ ଶାସନର ପରିଣାମ ନୁହେଁ । ଏହା କେବଳ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ, ସ୍ୱଚ୍ଛ ପ୍ରଶାସନ, ଦୀର୍ଘମିଆଦି ଶିଳ୍ପ ଯୋଜନା ଯୋଗୁଁ ସମ୍ଭବ ହୋଇପାରିଛି। ନବୀନ ପଟ୍ଟନାୟକ ଏକ ଦୀର୍ଘମିଆଦୀ ଶିଳ୍ପ ରଣନୀତି ପ୍ରଣୟନ କରିଥିଲେ, ଯାହା ଦ୍ରୁତ ଶିଳ୍ପାୟନ ସହ ପରିବେଶ ସୁରକ୍ଷା, ସାମାଜିକ ଦାୟିତ୍ୱ ଏବଂ ସମାବେଶୀ ବିକାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲା।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଇସ୍ପାତ, ଆଲୁମିନିୟମ୍, ଖଣି, ପେଟ୍ରୋକେମିକାଲ, ଉତ୍ପାଦନ, ଇଲେକ୍ଟ୍ରୋନିକ, ସୂଚନା ପ୍ରଯୁକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଏବଂ ସେବା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ନିବେଶ ରାଜ୍ୟରେ ପରିଣତ ହୋଇଥିଲା। ସେଂଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି ଅନୁସାରେ, ୨୦୧୯ ମସିହାରେ ଓଡ଼ିଶା ମହାରାଷ୍ଟ୍ରକୁ ପଛରେ ପକାଇ ନିବେଶ ପ୍ରସ୍ତାବ ଆକର୍ଷଣରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହି ବିଜେପି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କରିଥିଲେ ମଧ୍ୟ ଶିଳ୍ପ ପ୍ରକଳ୍ପ, ନୂତନ ଶିଳ୍ପ କରିଡର କରିବାରେ ବିଫଳ ହୋଇଛନ୍ତି। ପୂର୍ବ ବିଜେଡି ସରକାରର କାମକୁ ନିଜର ସଫଳତା କହି ବର୍ତମାନର ସରକାର ଯେଉଁ ବାହାବା ନେଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।

ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ନୀତି ଆୟୋଗର ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶା ୫ମ ସ୍ଥାନରେ ରହି ଯେଉଁ କୃତୀତ୍ୱ ହାସଲ କରିଛି ତାହା କେବଳ ବିଜେଡି ସରକାରର ଦୁଇ ଦଶନ୍ଧିର ଆର୍ôଥକ ଶୃଙ୍ଖଳା, ନୀତିଗତ ସ୍ଥିରତାର ଯୋଗୁଁ ସମ୍ଭବ ହୋଇପାରିଛି । ବର୍ତମାନର ସରକାର ଶିଳ୍ପ ପ୍ରତିନିଧିଙ୍କୁ ନେଇ ଆଡମ୍ବରପୂର୍ଣ୍ଣ ସରକାରୀ ଉତ୍ସବ ପାଳନ କରି ମାତ୍ର ଦୁଇ ବର୍ଷରେ ନିଜର କୃତୀତ୍ୱ ବୋଲି ଦର୍ଶାଇବା ଦୁର୍ଭାଗ୍ୟଜନକ । ଜଣେ ପ୍ରକୃତ ରାଷ୍ଟ୍ରନାୟକ ଭାବେ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏହି ସଫଳତା ପାଇଁ ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଓଡ଼ିଶାକୁ ମିଳିଥିବା ଏହି ସ୍ଥାନ ବହୁ ବର୍ଷର ରଣନୀତିକ ଯୋଜନା, ସ୍ୱଚ୍ଛ ଶାସନ ଓ ଦୀର୍ଘମିଆଦି ଶିଳ୍ପ ଯୋଜନାର ପ୍ରତିଫଳନ । ବିଜେଡି ଶାସନକୁ ଆସିବା ସମୟରେ ଓଡ଼ିଶା ଗୁରୁତର ଆର୍ôଥକ ସଙ୍କଟରେ ଥିଲା ଏବଂ ବାରମ୍ବାର ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା। ବିଚକ୍ଷଣ ଆର୍ôଥକ ପରିଚାଳନା, ଐତିହାସିକ ଆର୍ôଥକ ସଂସ୍କାର, ସ୍ୱଚ୍ଛ ପ୍ରଶାସନ, ୫-ଟି ଶାସନ ବ୍ୟବସ୍ଥାର ରୂପାୟନ ମାଧ୍ୟମରେ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଅନ୍ୟତମ ଆର୍ôଥକ ଶୃଙ୍ଖଳିତ ରାଜ୍ୟରେ ପରିଣତ କରିଥିଲେ। ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହିଥିଲେ ମଧ୍ୟ ବର୍ତମାନର ସରକାର ଶିଳ୍ପାୟନ କ୍ଷେତ୍ରରେ ସେପରି ଆଖିଦୃଶିଆ କାର୍ଯ୍ୟ କରିପାରି ନାହାନ୍ତି । ବରଂ ପୂର୍ବ ସରକାରଙ୍କ ଠାରୁ ଉତରାଧିକାର ସୂତ୍ରରେ ମିଳିଥିବା ନୀତି, ପ୍ରକଳ୍ପ ଓ ସଫଳତାକୁ ପ୍ରଚାର ମାଧ୍ୟମରେ ନିଜର ବୋଲି ଦର୍ଶାଇବାକୁ ପ୍ରୟାସ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande