ମାଲକାନଗିରି ଜିଲ୍ଲାରେ ବାହୁଡା଼ ଯାତ୍ରା
ମାଲକାନଗିରି, ୨୪ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ବାହୁଡା଼ ଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ
ମାଲକାନଗିରି ଜିଲ୍ଲା ରେ ବାହୁଡା଼ ଯାତ୍ରା ଆଡ଼ମ୍ବର ସହ ପାଳିତ


ମାଲକାନଗିରି ଜିଲ୍ଲା ରେ ବାହୁଡା଼ ଯାତ୍ରା ଆଡ଼ମ୍ବର ସହ ପାଳିତ


ମାଲକାନଗିରି, ୨୪ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ବାହୁଡା଼ ଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡିସାହି ଠାରେ ଥିବା ମାଉସି ମା ମନ୍ଦିର ଆଡ଼ପମଣ୍ଡପରେ ସକାଳେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଓ କାନିକା ଭୋଗ ସରିବା ପରେ ଶ୍ରୀଜିୟୁଙ୍କ ଅପରାହ୍ନରେ ଘଟିଂ, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେବାପରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ରାଜପଗଡି ପିନ୍ଧି ହାତରେ ସୁନାଝାଡ଼ୁ ଧରି ଛେରାପହଁରା କରିଥିଲେ । ଛେରାପହଁରା ପରେ ରଥାରୁଢ ଶ୍ରୀଜିୟୁଙ୍କୁ ରାଜପୁରୋହିତ ବିନାୟକ ସତପଥି ଓ ମୁଖ୍ୟପୁଜକ ସନ୍ତୋଷ ନନ୍ଦ ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ଆଳତୀ କରାଯାଇଥିଲା । ଶ୍ରୀଜିୟୁଙ୍କ ପୁଜା ରୀତିନୀତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥ ରାଜୁ କାହାଳି ବଜାଇ ରଥ ଟାଣିବା ପାଇଁ ଡାକପକାଇବା ପରେ ଭକ୍ତମାନେ ଶ୍ରୀମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ । ରଥ ଯାତ୍ରା ପୁଜା କମଟିର ସଦସ୍ୟ ଆନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ରଥଯାତ୍ରାରେ ଉପସ୍ଥିତ ରହିଥିଲେ । ଶାନ୍ତି ଶ୍ରୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ପୁଲିସବାହିନି ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରବଚନ ଓ ଜୟବଜରଙ୍ଗ ବାଲି କିର୍ତନ ମଣ୍ଡଳୀ ପକ୍ଷରୁ ନାମ ସଙ୍କିର୍ତନ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମାଉସୀ ମା ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରିୟମିଷ୍ଟାନ୍ନ ଆରିଶା, କାକରା, ଛେନାଗଜା, ମାଲପୁଆ, ରସାବଳୀ, ଖୀରା, ଗଜା, ବାଲଶା ନାନାପ୍ରକାର ମିଷ୍ଟାନ୍ନ ଭୋଗ ବିକ୍ରୀର ବ୍ୟବସ୍ଥା ହୋଇଥିଲା। ଭକ୍ତମାନେ ଶ୍ରୀଜିଉଙ୍କ ପ୍ରୀୟ ମିଷ୍ଟାନ୍ନ ଭୋଗ ଗୋଟିଏ ସ୍ଥାନରେ ପାଇ ଆନନ୍ଦର ସହିତ ନେବାପାଇଁ ଭିଡ ଜମାଇଥିଲେ । ଅନୁରୁପ ଜିଲ୍ଲା ବନବିଭାଗ ପକ୍ଷରୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ମଧ୍ୟ ବାହୁଡା ଯାତ୍ରାର ଆୟୋଜନ କରାଯାଇଥିଲା। ଡିଏଫଓ ସାଇକିରଣ ଡି.ଏନ ପୁଜାରେ ସଙ୍କଳ୍ପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୋମାନି ବ୍ରଦର୍ସ ଓ ରେଞ୍ଜର ରମେଶ ଚନ୍ଦ୍ର ରାଉତ ଏବଂ ବନ ବିଭାଗ କର୍ମଚାରିମାନେ ପରିଚାଳନା କରିଥିଲେ । ଏହି ବାହୁଡା ଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡୋଶି ରାଜ୍ୟ ଛତିଶଗଡ, ଆନ୍ଧ୍ର ପ୍ରଦେଶରୁ ଶହସ୍ରାଧିକ ସଂଖ୍ୟାରେ ଭକ୍ତ ମାନଙ୍କ ଭିଡ ଲାଗିଥିଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷ ମାନେ ଯୋଗଦେଇ ରଥ ଦଉଡ଼ି ଧରି ରଥ ଟାଣିଥିଲେ । ଅବସରପ୍ରାପ୍ତ ସରକାରି କର୍ମଚାରି ସଂଘ ପକ୍ଷରୁ ବାହୁଡା଼ ଯାତ୍ରାରେ ସମସ୍ତ ଭକ୍ତଙ୍କ ନିମନ୍ତେ କାନିକା ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ବିଶେଷ କରି ଆନ୍ଧ୍ର-ଓଡିଶା- ଛତିଶଗଡ ସିମାନ୍ତ ମୋଟୁ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଓ ପଡିଆ ଠାରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଛି। ଏହି ଦୁଇଟି ସ୍ଥାନରେ ସର୍ବ ଧର୍ମ ଭାଇଚାରାର ପ୍ରତିକ ହିନ୍ଦୁ ମାନଙ୍କ ସହିତ ମୁଲମାନ ଓ ଖ୍ରୀଷ୍ଟଧର୍ମର ଲୋକମାନେ ମିଳିତ ଭାବେ ରଥ ଟାଣି ବାହୁଡା ଯାତ୍ରାରେ ସହେଯାଗ କରିଥିଲେ ।

ଅନୁରୂପ ଭାବେ ମାଥିଲି ସବରୀ ଶ୍ରୀକ୍ଷେତ୍ରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଛେରା ପହଁରା କରିଥିଲେ। କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର, ଗୋବିନ୍ଦପାଲି, ସିରବେଢ଼ା, କାଲିମେଳା, ପାଣ୍ଡ୍ରିପାଣି, ଏମଭି ୮ ଗ୍ରାମର ଅଭିଜିତ ବିଶ୍ୱାସଙ୍କ ଘରେ ନିର୍ମିତ କୁନି ରଥକୁ ଛୋଟ ଛୋଟ ପିଲା ମାନେ ବାହୁଡା଼ ଯାତ୍ରାରେ ଟାଣି ମନ୍ଦିରକୁ ନେଇଯାଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଆଡ଼ମ୍ବର ପୂର୍ଣ୍ଣି ଭାବେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande