ବାହୁଡା ଯାତ୍ରା ସମ୍ପନ୍ନ
ନୂଆପଡ଼ା,୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଆଜି ହର୍ଷ ଉଲ୍ଲାସର ସହିତ ବାହୁଡା ଯାତ୍ରା ପାଳିତ ହୋଇଯାଇଛି। ଖଡ଼ିଆଳ, ତୁକଲା, ସିନାପାଲି, ଚଲାନପଡା, ଗୋଇମୁଣ୍ଡି, ବରଗାଁ, କାସିପଲା, ବଡ଼ମହେଶ୍ୱର, ଦୋହେଲପଡା, ଡୁଆଝର, ଝୋଲପଥର, ମାଲପଡ଼ା, ବଡମହେଶ୍ୱର , ନେହେନା ଆଦିରେ ଥିବା
Bahuda jatra sampanna


ନୂଆପଡ଼ା,୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଆଜି ହର୍ଷ ଉଲ୍ଲାସର ସହିତ ବାହୁଡା ଯାତ୍ରା ପାଳିତ ହୋଇଯାଇଛି। ଖଡ଼ିଆଳ, ତୁକଲା, ସିନାପାଲି, ଚଲାନପଡା, ଗୋଇମୁଣ୍ଡି, ବରଗାଁ, କାସିପଲା, ବଡ଼ମହେଶ୍ୱର, ଦୋହେଲପଡା, ଡୁଆଝର, ଝୋଲପଥର, ମାଲପଡ଼ା, ବଡମହେଶ୍ୱର , ନେହେନା ଆଦିରେ ଥିବା ମାଉସୀ ମନ୍ଦିରରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନା କଲା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା। ଖଡ଼ିଆଳ ଠାରେ ରାଜା ଦେଵ ଦେଵ ପ୍ରସାଦ ସିଂହ ଦେଓ ଛେରାପହଁରା କରିଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଗ୍ରାମ ମୁଖିଆ ମାନେ ଛେରାପହଁରା କରିଥିଲେ। ପରେ ଜଗନ୍ନାଥ ମନ୍ଦିର ଅଭିମୁଖେ ରଥ ଟଣା ଯାଇଥିଲା। କିଛି ସ୍ଥାନରେ ଝିପି ଝିପି ବର୍ଷା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଜମିଥିଲା। ଜଗନ୍ନାଥ ମନ୍ଦିର ପାଖରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ସୁଦର୍ଶନ ଓ ବଳଭଦ୍ର ଠାକୁର ମନ୍ଦିର ବିଜେ କରିଥିଲେ।ପରମ୍ପରା ଅନୁସାରେ ଲକ୍ଷ୍ମୀ ଅଭିମାନ କରିଥିଲେ ଓ ଜଗନ୍ନାଥ ତାଙ୍କ ମାନ ଭଞ୍ଜନ କରିବା ପରେ ଭଉଣୀ ସୁଭଦ୍ରାଙ୍କ ସହ ମନ୍ଦିରକୁ ଯାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande