
ମାଲକାନଗିରି, ୨୪ ଜୁଲାଇ (ହି.ସ.)- ପବିତ୍ର ବାହୁଡା଼ ଯାତ୍ରା ଅବସରରେ ମା ଭୈରବୀ ଇଲେକ୍ଟ୍ରିକାଲ ୱାର୍କସ ସଂଘ ପକ୍ଷରୁ ସ୍ଥାନୀୟ ବୁଟିଗୁଡା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଔଷଧୀୟ ଚାରା ରୋପଣ କରାଯିବା ସହ ଗଛ କାହିଁକି ଲଗାଇବା ଓ ତା'ର ଉପକାରିତା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମା ଭୈରବୀ ଇଲେକ୍ଟ୍ରିକାଲ ୱାର୍କସ ସଂଘର ଉପଦେଷ୍ଟା ରତ୍ନାକର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟଵକ୍ତା ଭାବେ ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ସମ୍ମାନୀତ ଅତିଥିଭାବେ ରେଞ୍ଜର ରମେଶ ଚନ୍ଦ୍ର ରାଉତ, ସାମ୍ବାଦିକ ଦୁର୍ଯୋଧନ ପାତ୍ର, ଶିବ ପ୍ରସାଦ କୀର୍ତନିୟା, ସଂଘର ଆଇନ ପରାମର୍ଶଦାତା ଆଇନଜୀବି ଭବାନୀ ମିଶ୍ର, ସହ ସମ୍ପାଦକ ପଦ୍ମପାଙ୍ଗି, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତରୁଣ କୁମାର ଦେଓ ଯୋଗଦେଇ ‘ଏକ ପେଡ଼ ମା କେ ନାମ’ ଅଭିଯାନ ଓ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ କହିବା ସହିତ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ସମାଜକୁ ସବୁଜିମାର ବାର୍ତ୍ତା ଦେଇଥିଲେ। ଏହି ମହତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସଂଘର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ଅନ୍ୟମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସଂକଳ୍ପ ନେଇଥିଲେ। ମା ଭୈରବୀ ଇଲେକ୍ଟ୍ରିକାଲ ୱାର୍କଶ ସଂଘର ମୁଖ୍ୟ ପ୍ରତିଷ୍ଠାତା ଅଧ୍ୟକ୍ଷ ହେମନ୍ତ କୁମାର ଜୈନ, ସଂଘର ସଭାପତି ଭି. ରାମା ରାଓ ସଭାର ଆଭିମୁଖ୍ୟ ସମ୍ପର୍କରେ କହିବା ସହିତ ସଂଘର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ମା ଭୈରବୀ ଇଲେକ୍ଟ୍ରିକାଲ ୱାର୍କଶ ସଂଘ ର ପୂର୍ବତନ ସଭାପତି ଡମ୍ବରୁଧର ଯାନୀ, ଦିବାକର ଭଗବାନ,ଏସ କେ ହସିର, ସୁବାଷ ପୂଜାରୀ, ବିନୋଦ ବିଶ୍ୱାଳ, ବିନୟ ଶିକଦାର, ସମାଜ ଖରା, ଭଗବାନ ଦୁର୍ଗା, ନିବୀନ ବେହେରା, ଅମରଜିତ ବିଶ୍ୱାସ, ସୁବାଷ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ। ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଔଷଧୀୟ ଚାରା ରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ