ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ
ନୂଆଦିଲ୍ଲୀ/ଭୁବନେଶ୍ୱର , ୨୪ ଜୁଲାଇ (ହି.ସ.) ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୮ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଶ୍ରୀ ଗୁଣ
ghtyu


ନୂଆଦିଲ୍ଲୀ/ଭୁବନେଶ୍ୱର , ୨୪ ଜୁଲାଇ (ହି.ସ.) ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୮ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ ୪ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ୱନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ଆଣି ଥିଲେ।

ଅପରାହ୍ନ ସାଢେ ୪ଟା ସମୟରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ଜଜ ଜଷ୍ଟିସ ଅରିଜିତ ପଶାୟତ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ। ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା। ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ଭକ୍ତ ମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଥିଲେ। ବିଳମ୍ବିତ ରାତିରେ ପୁଣି ସାହିରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରୁ ନିଆଯାଇ ନାଟ୍ୟ ମଣ୍ଡପରେ ଆସୀନ କରାଯାଇଥିଲା। ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ଆସନ୍ତା ୨୭ ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।

ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଏମଧ୍ୟରେ ପ୍ରଖ୍ୟାତ ନୃତ୍ୟ ସଂରଚକ ଶାଶ୍ୱତ ଯୋଶୀ ଏବଂ ସାଥି ଙ୍କର ମନଲୋଭା ନୃତ୍ୟ,ସମ୍ବଲପୁରର ଟ୍ରାଇବାଲ ଏଣ୍ଡ ଫୋକ ଆର୍ଟ ସେଣ୍ଟରର କଳାକାର ମାନଙ୍କ ଦ୍ୱାରା ଦମଦାର ସମ୍ବଲପୁରୀ ଲୋକ ନୃତ୍ୟ ଓ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ, ଅନୁରାଧା ପାଣିଗ୍ରାହୀ , ଜ୍ୟୋତିର୍ମୟୀ ନାୟକ ଓ ସିଦ୍ଧାର୍ଥ ମିଶ୍ରଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ସ୍ୱର୍ଣପ୍ରଭା ପତି ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande