ବାହୁଡା ଯାତ୍ରା ସମ୍ପନ୍ନ, ମନ୍ଦିର ଅଭିମୁଖେ ମହାପ୍ରଭୁ ଓ ଭାଇ ଭଉଣୀ
Completed Bahuda yatra in Phulbani
ଫୋଟ


କନ୍ଧମାଳ, ୨୪ ଜୁଲାଇ (ହି.ସ.)- ଆଜି ଶ୍ରୀ ଜଗନ୍ନାଥଙ୍କ ସମେତ ତିନି ଠାକୁରଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ। ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅୟୋଜିତ ବାହୁଡା ଯାତ୍ରାରେ ବାହୁଡିଛନ୍ତି ଚ଼ତୁର୍ଦ୍ଧାମୂର୍ତି ନିଜ ମନ୍ଦିର ଅଭିମୁଖେ। ଆନନ୍ଦ ଉଲ୍ଲାସରସହ ପାଳିତ ହୋଇଛି ଏହି ଯାତ୍ରା। ମେଘୁଆ ପାଗ ଓ ଝିପିଝିପି ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଭକ୍ତମାନଙ୍କ ପ୍ରବଳ ଭିଡ ହୋଇଥିଲା । ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା ।

ସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ଵାରପାଳ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରଯାଇଥିଲା । ଜିଲ୍ଲାପାଳ ବେଦ ଭୂଷଣ ଛେରା ପହଁରା କରିଥିବା ବେଳେ ତାଙ୍କ ସହଯୋଗ ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ । ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ଉପ ଜିଲ୍ଲାପାଳ ଭିକାରୀ ସାହୁ, ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଆଇନଜିବି ବିଜୟ ମହାନ୍ତି, ରଜତ ମହାନ୍ତି, ଶଙ୍କର ବେହେରା, ଅଶୋକ ପଟ୍ଟନାୟକ, ଶରତ ପଟ୍ଟନାୟକ, ମୁନା ଧକ, ଅସିତ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବିଶେଷ ଆକର୍ଷଣ ଥିଲା ଖରୁଡା ସମାଜର ଘଣ୍ଟବାଦ୍ୟ, ପୂଜକ ଶଙ୍କର ପାଢ଼ୀ, କାଳିଆ କର, ଲଡ଼ୁ ମିଶ୍ର, ସେବକ ଅସିତ ପଣ୍ଡା, ଅସୀମ ପ୍ରହରାଜ ପ୍ରମୁଖ ଭକ୍ତଙ୍କ ନୈବେଦ୍ୟ ପୂଜନ କରୁଥିବା ଦେଖିବାକୁ ମିଳିଥିଲା l

ରଥ ପରିଚାଳନା ଦାୟିତ୍ୱ ସୁକାନ୍ତ ମହାରଣା ତୁଲାଇ ଥିଲେ l ଏଥିସହିତ କୁନି କୁନି ରଥର ମାଳ ମାଳ ମନ୍ଦିର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande