ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା
ବିଶାଖାପାଟଣା/ଭୁବନେଶ୍ୱର , ୨୪ ଜୁଲାଇ (ହି.ସ.) - ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ
thuut677


ବିଶାଖାପାଟଣା/ଭୁବନେଶ୍ୱର , ୨୪ ଜୁଲାଇ (ହି.ସ.) - ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସକାଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇଥିଲା। ଦିନ ୪ ଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ ଓ କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏହାପରେ ବିଶିଷ୍ଟ ସମାଜସେବୀ,ଓରିଶା ଷ୍ଟେଭେଡୋର୍ସ ଲିମିଟେଡର ଉପ-ସଭାପତି ତଥା ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ।

ରଥଟିକୁ ଶାନ୍ତି ଆଶ୍ରମ, ଭୁଡ଼ା ପାର୍କ, ଏୟୁ ଗେଟ୍, ଭୁଡ଼ା ଚିଲେଡ୍ରେନସ ଆରେନା ଏବଂ ଆକାଶବାଣୀ ବାଟ ଦେଇ ଟଣା ଯାଇ ଦଶପଲ୍ଲା ପାହଡିରେ ଥିବା ମୁଖ୍ୟ ମନ୍ଦିରକୁ ରାତି ୮ ଟା ସୁଦ୍ଧା ଅଣା ଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରାଯାଇଥିଲା । ଏହା ପରେ ଦିଅଁ ମାନଙ୍କୁ ରୋଷଣୀ କରାଯାଇ ରଥ ଉପରୁ ମୁଖ୍ୟ ମନ୍ଦିରକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

ଚଳିତ ବର୍ଷ ରଥ ଯାତ୍ରା ଏବଂ ବାହୁଡ଼ା ଯାତ୍ରାରେ ସ୍ଥାନୀୟ ମାରୱାଡ଼ି ଯୁବମଞ୍ଚ, ପଞ୍ଜାବ ସଂଘ , ଡାକ୍ତର ଗ୍ରୁପ, ବ୍ୟାଙ୍କର ଟିମ, ନୌସେନା ଡ଼କ୍ୟାର୍ଡ କର୍ମଚାରୀ ବୃନ୍ଦ, ରେଳବାଇ, ନାଲକୋ, ଏନ.ଏସ. ଟି . ଏଲ, ଏଚ.ପି . ସି. ଏଲ ଆଦି ସଂସ୍ଥା ମାନେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande