ଟ୍ରକ ପଛରେ ପିଟିଲା ନାଇଟ କୋଚ୍ ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର, ଅଳ୍ପକେ ବର୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ
ଧର୍ମଶାଳା, ୨୪ ଜୁଲାଇ (ହି.ସ)- ଗୁରୁବାର ବିଳମ୍ବିତ ରାତିରେ ଟ୍ରକ ପଛରେ ପିଟିଲା ନାଇଟ କୋଚ୍ ଯାତ୍ରୀବାହୀ ବସ। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି
ଟ୍ରକ ପଛରେ ପିଟିଲା ନାଇଟ କୋଚ୍ ଯାତ୍ରୀବାହୀ ବସ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର


ଟ୍ରକ ପଛରେ ପିଟିଲା ନାଇଟ କୋଚ୍ ଯାତ୍ରୀବାହୀ ବସ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର, ଅଳ୍ପକେ ବର୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ


ଧର୍ମଶାଳା, ୨୪ ଜୁଲାଇ (ହି.ସ)- ଗୁରୁବାର ବିଳମ୍ବିତ ରାତିରେ ଟ୍ରକ ପଛରେ ପିଟିଲା ନାଇଟ କୋଚ୍ ଯାତ୍ରୀବାହୀ ବସ। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ମୁତାବକ, 'ସନା ଟ୍ରାଭେଲସ' ନାମକ ଏକ ଯାତ୍ରୀବାହୀ ନାଇଟ କୋଚ ବସ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା। ତେବେ ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ରାଜପଥ ଉପରେ ପୂର୍ବରୁ ଛିଡା ହୋଇ ରହିଥିବା ଏକ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ ବସ୍ ରେ ଥିବା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି। ତେବେ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ବେଳେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ଧର୍ମଶାଳା ଓ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande