




ବଲାଙ୍ଗିର, ୨୪ ଜୁଲାଇ (ହି.ସ.)- ବଲାଙ୍ଗିର ଭଗବତୀ ନଗର ସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପଵିତ୍ର ରଥ ଓ ବାହୁଡ଼ା ଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଆଷାଢ ଶୁକ୍ଲ ଦ୍ୱିତୀୟା ପଵିତ୍ର ତିଥିରେ ଜଗତର ନାଥ ଜଗନ୍ନାଥ, ଭଳଭଦ୍ର ଓ ମାତା ସୁଭଦ୍ରା ମନ୍ଦିରରୁ ବାହାରି ପହଣ୍ଡିରେ ମାଉସୀମା ମନ୍ଦିରକୁ ଆସିଥିଲେ। ସେଠାରେ ନବଦିନ ବ୍ୟାପୀ ଲୀଳାଖେଳା କରି ଦଶମୀ ତିଥିରେ ନିଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରତ୍ୟହ ପୂଜା ନୀତି ଭଜନ କୀର୍ତ୍ତନ କରି ପ୍ରଭୁଙ୍କୁ ଭୋଗ ରାଗ କରିବା ସହିତ ଅନ୍ନ ଭୋଗ କରାଯାଇ ବିତରଣ ହୋଇଥିଲା। ସମସ୍ତ ସଦସ୍ୟଙ୍କ ସହିତ ଭଉଣୀ ମାନେ ଯୋଗଦେଇ ପବିତ୍ର ଉତ୍ସବ ପାଳନ କରୁଥିଲେ। ପୂର୍ବତନ ସଂଘ ସଭାପତି ଶିବାନନ୍ଦ ଦାସ, ସଂମ୍ପାଦକ ରଘୁନାଥ ବାବୁ, ନୂତନ ସଭାପତି ଶଶୀ ଭୂଷଣ ପୁରୋହିତ ସମ୍ପାଦକ ରଶ୍ମି ରଞ୍ଜନ ବକ୍ସି, ବରିଷ୍ଠ ସଦସ୍ୟ ଡାକ୍ତର ନିତ୍ୟାନନ୍ଦ ଦାସଠାକୁର ଓ ଅନ୍ୟ କର୍ମକର୍ତ୍ତା ସଦସ୍ୟ ମାନଙ୍କ ସହଯୋଗରେ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ