ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ସାରାଦେଶରେ ଚାଲିଥିବା ବୌଦ୍ଧିକ ଆନେ୍ଦାଳନକୁ ସମନ୍ୱୟ ସମିତିର ସମର୍ଥନ
ଭୁବନେଶ୍ବର, 24 ଜୁଲାଇ (ହି.ସ.) ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ କେନ୍ଦ୍ରକରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଆନେ୍ଦାଳନକୁ ଓଡ଼ିଶାର ସର୍ବବୃହତ ଗଣ ସଙ୍ଗଠନ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ନୈତିକ ସମର୍ଥନ ଜଣାଇଛି । ଅନ୍ୟ ପକ୍ଷରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛିକି, ବ
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ସାରାଦେଶରେ ଚାଲିଥିବା ବୌଦ୍ଧିକ ଆନେ୍ଦାଳନକୁ ସମନ୍ୱୟ ସମିତିର ସମର୍ଥନ


ଭୁବନେଶ୍ବର, 24 ଜୁଲାଇ (ହି.ସ.) ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ କେନ୍ଦ୍ରକରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଆନେ୍ଦାଳନକୁ ଓଡ଼ିଶାର ସର୍ବବୃହତ ଗଣ ସଙ୍ଗଠନ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ନୈତିକ ସମର୍ଥନ ଜଣାଇଛି । ଅନ୍ୟ ପକ୍ଷରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛିକି, ବିଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୫୨ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ କାହାରିକୁ ଦଣ୍ଡିତ କରାଯାଇ ନାହିଁ । ହାରାହାରି ପ୍ରତି ମାସରେ ଗୋଟିଏ ପ୍ରଶ୍ନପତ୍ର ଲିକ୍ ହେଉଛି ଏବଂ ଏହାଦ୍ୱାରା ପ୍ରାୟ ସାଢ଼େ ସାତକୋଟି ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପରିବାର ପ୍ରଭାବିତ ହେଉଛନ୍ତି । ଶିକ୍ଷା ବ୍ୟବସ୍ଥା ଆଜି ନଷ୍ଟ ହେଉଥିବା କଥା ଅଭିଯୋଗ ମଧ୍ୟ ହୋଇଛି । ଜୁଲାଇ ୨୦ରେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରାଯାଇଛି । ଏହି ବ୍ୟବସ୍ଥା କେବଳ ଜାଲିଆତି ନୁହେଁ, ବରଂ ଅତ୍ୟନ୍ତ ବ୍ୟୟବହୁଳ ମଧ୍ୟ । ପ୍ରତିବର୍ଷ ନିଟ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପରିବାର ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ଦେଶର ସମଗ୍ର ଶିକ୍ଷା ବଜେଟ୍ ସହ ପ୍ରାୟ ସମାନ । ପ୍ରଶ୍ନପତ୍ର ପ୍ରଘଟ ହେବା ଫଳରେ ଗରୀବ ମେଧାବୀ ଛାତ୍ରଟିଏ ଉପଯୁକ୍ତ ପଦ ପାଇବାରୁ ବଞ୍ଚିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ଦେଶରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ବିଫଳତାକୁ ନେଇ ସମଗ୍ର ଦେଶର ବିଭିନ୍ନ ପ୍ରଦେଶରେ ଚାଲିଥିବା ଆନେ୍ଦାଳନ ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ସମନ୍ୱୟ ସମିତି ପକ୍ଷରୁ ଦର୍ଶାଯାଇଛି । ଅଗଣିତ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହିତ କେନ୍ଦ୍ର ସରକାର ଖେଳ ନଖେଳି ସେମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁୁ ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ଜରିଆରେ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande