ଦଳ ବିରୋଧୀ କାର୍ଯ୍ୟ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଜୋନ୍–୬ର ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ନିଲମ୍ବିତ
ନୂଆପଡ଼ା,୨୪ ଜୁଲାଇ (ହି.ସ.)- ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଜୋନ୍–୬ର ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି। ଚିଠି ନଂ ୧୭/୭/ ଏସବି/ ବିଜେଡ଼ି ୨୦୨୬ ରେ ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳର ନୀତି ଓ ଆଦର୍ଶ ବିରୋଧରେ କା
Jilla parishad sabya nilambita


ନୂଆପଡ଼ା,୨୪ ଜୁଲାଇ (ହି.ସ.)- ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଜୋନ୍–୬ର ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି। ଚିଠି ନଂ ୧୭/୭/ ଏସବି/ ବିଜେଡ଼ି ୨୦୨୬ ରେ ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳର ନୀତି ଓ ଆଦର୍ଶ ବିରୋଧରେ କାର୍ଯ୍ୟ କରିଥିବା ଅଭିଯୋଗ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ନିଲମ୍ବନକୁ ନେଇ ଜିଲ୍ଲାର ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଦଳୀୟ ଶୃଙ୍ଖଳା ପ୍ରତି କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଘଟଣା ବିରୋଧରେ କଡ଼ା ପଦକ୍ଷେପ ଜାରି ରହିବ। ଅନ୍ୟ ପକ୍ଷରେ ଜିଲ୍ଲା ପରିଷଦ ମାଲ୍ୟବନ୍ତ ସୁନା ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣ ଦେଖା କରୁଛନ୍ତି। ନୂତନ ଭାବରେ ବିଜେଡିକୁ ଆସିଥିବା ନେତାଙ୍କ ପ୍ରଭାବ ବଢିଚାଲିଥିବା ବେଳେ ପୁରୁଣା କର୍ମୀଙ୍କୁ ଅଣ ଦେଖା କରୁଛନ୍ତି। ମୁଁ ଆଠ ମାସ ହେଲା ବିଜେଡିରେ ନଥିଲି ବୋଲି ପ୍ରକାଶ କରିଛନ୍ତି।

-------------

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande