ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥ
ଘଟଗାଁ , 24 ଜୁଲାଇ (ହି.ସ.)କେନ୍ଦ୍ର ଓ ରାଜ୍ୟ ସରକାର ଗମନା ଗମନ ନୀମନ୍ତେ ବିଭିନ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉ ଥିବା ୨୦ନମ୍ବର ଜାତୀୟ ରାଜ ପଥ ଖାଲ ଖମାରେ ଭର୍ତି ହୋଇଛି । ଏହି ଜାତୀୟ ରାଜ ପଥ ଦେଇ ପ୍ରତେହ ଶହ ଶହ ଟ୍ରିପ କଞ୍ଚା
ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥ


ଘଟଗାଁ , 24 ଜୁଲାଇ (ହି.ସ.)କେନ୍ଦ୍ର ଓ ରାଜ୍ୟ ସରକାର ଗମନା ଗମନ ନୀମନ୍ତେ ବିଭିନ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉ ଥିବା ୨୦ନମ୍ବର ଜାତୀୟ ରାଜ ପଥ ଖାଲ ଖମାରେ ଭର୍ତି ହୋଇଛି । ଏହି ଜାତୀୟ ରାଜ ପଥ ଦେଇ ପ୍ରତେହ ଶହ ଶହ ଟ୍ରିପ କଞ୍ଚା ମାଲ ଲୁହା ପଥର ବୋଝେଇ ଟ୍ରକ ଯାତାୟତ କରି ରାଜ କୋଷ କୁ କୋଟି କୋଟି ଟଙ୍କା ଆୟ ଦେଉଛନ୍ତି । ତଥାପି ଅବହେଳିତ ହୋଇ ପଡିଛି ୨୦ନମ୍ବର ଜାତୀୟ ପଥ ଏଭଳି ଦେଖିବାକୁ ମିଳେ ଘଟଗାଁ ତାରିଣୀ ଠାକୁରାଣୀ ମହା ବିଦ୍ୟାଳୟ ବାଇ ପାସ ନିକଟରେ ଏହା ଯାଜପୁର ପାଣିକୋଇଲି କଟକ ଭୁବନେଶ୍ୱରର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ଯାତ୍ରୀ ବାହି ବସ ସାଙ୍ଗକୁ ଅନେକ ମୋଟର ସାଇକେଲ ଓ ବିଭିନ୍ନ ଇଂଜିନ ଚାଳିତ ଜାନ ଯାତାୟତ କରୁଛନ୍ତି କେତେ ବେଳେ କେଉଁ ମୁହୂର୍ତ୍ତରେ ଦୁର୍ଘଟଣାକୁ ଏଡାଇ ଦିଆ ଜାଇ ନପାରେ । ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତା ମରା ମତି କଲେ ବହୁ ସମସ୍ୟା ଦୂର ହୋଇ ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande