କେଜରିୱାଲ ପରିବାର ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ବଂଟନ
ବଲାଙ୍ଗୀର, ୨୪ ଜୁଲାଇ(ହି.ସ.) – ସ୍ଥାନୀୟ କଂସାରୀପଡ଼ା ଠାରେ ବିଜୟ କେଜରିୱାଲ(ବିଜୟ ଷ୍ଟୋର), ପ୍ରକାଶ କେଜରିୱାଲ ଓ ତାଙ୍କ ପରିବାର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମହାପ୍ରସାଦ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ଗ୍ରହଣ କରି ପୁଣ୍
କେଜରିୱାଲ ପରିବାର ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ


ବଲାଙ୍ଗୀର, ୨୪ ଜୁଲାଇ(ହି.ସ.) – ସ୍ଥାନୀୟ କଂସାରୀପଡ଼ା ଠାରେ ବିଜୟ କେଜରିୱାଲ(ବିଜୟ ଷ୍ଟୋର), ପ୍ରକାଶ କେଜରିୱାଲ ଓ ତାଙ୍କ ପରିବାର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମହାପ୍ରସାଦ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ଗ୍ରହଣ କରି ପୁଣ୍ୟଲାଭ କରିଥିଲେ। ପରିବାରର ସଦସ୍ୟ ଓ ଯୁବକମାନେ ସେବାଭାବ ସହିତ ପ୍ରସାଦ ବଂଟନ କାର୍ଯ୍ୟ ପରିଚାଳନା କରିଥିଲେ। ବର୍ଷା ସତ୍ୱେ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ଉତ୍ସାହଜନକ ରହିଥିଲା। ଆୟୋଜକମାନେ କହିଥିଲେ ଯେ, ସମାଜରେ ପ୍ରେମ, ଭାଇଚାରା ଓ ସେବାଭାବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏଭଳି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande