ରଥ ବୁଲାଣି ବେଳେ ଅଘଟଣ : ଭାଙ୍ଗିଲା ଡାହାଣ ପଟ ପଟା ଓଲଟି ପଡିଲା ସାରଥୀଙ୍କ ମୂର୍ତି
କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ତୁଲସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ବୁଲାଣି ବେଳେ ଘଟିଛି ଅଘଟଣ। ରଥର ଡାହାଣ ପଟ ପଟା ଭାଙ୍ଗିଯିବା ସହ ସେଠାରେ ଥିବା ସାରଥୀଙ୍କ ପ୍ରତିମୂର୍ତି ଓଲଟି ପଡିଛି। କେହି କ୍ଷତାହତ ନ ହୋଇଥିଲେ ମଧ୍ୟ ରଥ ବୁଲାଣି ସମୟରେ ଏପରି ଅଘଟଣ ଘଟ
ରଥ ବୁଲାଣି ବେଳେ ଅଘଟଣ,


କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ତୁଲସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ବୁଲାଣି ବେଳେ ଘଟିଛି ଅଘଟଣ। ରଥର ଡାହାଣ ପଟ ପଟା ଭାଙ୍ଗିଯିବା ସହ ସେଠାରେ ଥିବା ସାରଥୀଙ୍କ ପ୍ରତିମୂର୍ତି ଓଲଟି ପଡିଛି। କେହି କ୍ଷତାହତ ନ ହୋଇଥିଲେ ମଧ୍ୟ ରଥ ବୁଲାଣି ସମୟରେ ଏପରି ଅଘଟଣ ଘଟିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଆଜି ବାହୁଡା ଦଶମୀ ତିଥି ଥିବାରୁ କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ରଥ ଡାହାଣ ମୋଡ ହେବା ସହ ମୁଖ୍ୟ ମନ୍ଦିର ଅଭିମୁଖେ ରଥକୁ ବୁଲାଣି କରାଯାଇ ରଖା ଯାଇଥାଏ। ଆଜି ଅପରାହ୍ନ ୧ଟା ସମୟରେ ରଥକୁ ବୁଲାଣି କରାଯାଉ ଥିଲା। ଦୁଇ ତିନି ଦଉଡି ଆଗପଛ କରି ବୁଲାଣି କରାଯିବା ସମୟରେ ହଠାତ୍ ରଥର ଡାହାଣ ପଟ କାନିସି ପଟା, ଖୁଣ୍ଟି ଓ ବାଡା ଭାଙ୍ଗି ପଡିବା ସହ ତା ଉପରେ ଥିବା ତାଳଧ୍ୱଜ ରଥର ସାରଥୀ ମାତଳୀଙ୍କ କାଠ ନିର୍ମିତ ପ୍ରତିମୂର୍ତି ମଧ୍ୟ ଓଲଟି ପଡିଥିଲା। ତେବେ ଏହି ଅଘଟଣ ରଥ ବୁଲାଣି ବେଳେ ହେଉଥିବାରୁ କୈାଣସି ଦୁର୍ଘଟଣା ଘଟିନାହିଁ। ଯଦି ଚାଲିଲା ବେଳେ ଏଭଳି ଅଘଟଣା ଘଟିଥାନ୍ତା ତାହେଲେ ବହୁ ଲୋକ କ୍ଷତାହତ ହେବାର ଆଶଙ୍କା ରହିଥାନ୍ତା। ତେବେ ଚଳିତ ବର୍ଷ ରାଜ୍ୟ ସରକାର ପ୍ରଦାନ କରିଥିବା ୧ କୋଟି ଟଙ୍କା ବ୍ୟୟରେ ନୂତନ ରଥ ନିର୍ମାଣ କରାଯାଇ ଥିବାବେଳେ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଛି। ଘୋଷଯାତ୍ରା ସମୟରେ ରଥ ଭାଙ୍ଗି ପଡିବା ଭଳି ଅଘଟଣ ଶହ ଶହ ବର୍ଷ ଇତିହାସରେ କେବେ ଘଟିନାହିଁ ବୋଲି ବୟସ୍କ ଲୋକମାନେ ମତ ଦେବା ସହ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ରଥ ମରାମତି ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିବାରୁ ଦିଅଁମାନଙ୍କୁ ରଥ ଉପରେ ପହଣ୍ଡି ବିଜେ ବିଳମ୍ବିତ ହୋଇଥିଲା। ପହଣ୍ଡି ଦେଖିବାକୁ ଅସିଥିବା ଶ୍ରଦ୍ଧାଳୁ ମାନେ ସଂନ୍ଧ୍ୟା ୭ଟା ସମୟରେ ପହଣ୍ଡି ହୋଇ ଥିବାରୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଆସନ୍ତାକାଲି ଅପରାହ୍ନ ୨ଟା ରେ ବାହୁଡା ଦ୍ୱିତୀୟ ଦିନର ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande