ବଢ଼ୁଛି ଅପମିଶ୍ରିତ ଖାଦ୍ୟର ପସରା, ପ୍ରଶାସନ ଚଢଉ ଦାବୀ
ଜୟପୁର, ୨୪ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ ରଙ୍ଗବେରଙ୍ଗ ମିଠା, ଚମକୁଥିବା ଷ୍ଟଲ, ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଖାଦ୍ୟ ସାମଗ୍ରୀ । ବାହାରୁ ଦେଖିଲେ ସବୁ ଆକର୍ଷଣୀୟ । କିନ୍ତୁ ଭିତରେ ଲୁଚି ରହିଛି ବିପଦ । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା, କୋଟପାଡ,
ବଢ଼ୁଛି ଅପମିଶ୍ରିତ ଖାଦ୍ୟର ପସରା, ପ୍ରଶାସନ ଚଢାଉ ଦାବୀ


ଜୟପୁର, ୨୪ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ ରଙ୍ଗବେରଙ୍ଗ ମିଠା, ଚମକୁଥିବା ଷ୍ଟଲ, ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଖାଦ୍ୟ ସାମଗ୍ରୀ । ବାହାରୁ ଦେଖିଲେ ସବୁ ଆକର୍ଷଣୀୟ । କିନ୍ତୁ ଭିତରେ ଲୁଚି ରହିଛି ବିପଦ । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା, କୋଟପାଡ, ଲମତାପୁଟ, ପଟଙ୍ଗୀ, ନନ୍ଦପୁର ଲକ୍ଷ୍ମୀପୁର ବଜାରରେ ଏବେ ଅପମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟର ପସରା ବଢୁଛି । ଏହାକୁ ନେଇ ସାଧାରଣରେ ଉଦବେଗ ଦେଖାଦେଇଛି । ଜିଲାର ଗ୍ରାମାଞ୍ଚଳ ହେଉଛି ସହରାଞ୍ଚଳ ଅଞ୍ଚଳରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ସ୍ଥାନୀୟ ଅଞ୍ଚଳରେ ତିଆରି ହୋଇ ବିକ୍ରି ହେଉଥିବା ପାଉଁରୁଟି, ପାଣି ବୋତଲ, ପ୍ୟାକେଟ

ଆଇସିକ୍ରିମ, କେକ ଆଦିର ପ୍ୟାକେଟରେ ନିର୍ମାଣ ତାରିଖ, ବ୍ୟବହାର ସମୟ ସୀମା ବା ଏକ୍ସପାୟରୀ ଡେଟ୍ କିଛି ଲେଖା ନାହିଁ । ଗ୍ରାହକ ଜାଣି

ପାରୁନାହାନ୍ତି ଏହା କେବେ ତିଆରି ହୋଇଛି ଓ କେବେ ଖାଇବା ଅଯୋଗ୍ୟ ହେବ । ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଛୋଟ ବଡ ଜଳଖିଆ ଦୋକାନ ଓ ହୋଟେଲରେ ଚାଟ, ଜିଲାପି, ପକୁଡି, ପକୋଡା ଆଦି ଫାଷ୍ଟଫୁଡରେ ବହୁଳ ମାତ୍ରାରେ ରାସାୟନିକ ରଙ୍ଗ ମିଶାଯାଉଛି । ଏକା ପୋଡା ତେଲକୁ ବାରମ୍ବାର ଗରମ କରି ଖାଦ୍ୟ ଛଣା ଯାଉଛି । ଅନେକ ସ୍ଥାନରେ ବାସୀ ଖାଦ୍ୟ ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହୋଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ବର୍ଷା ଦିନ ଥିବାରୁ ଡାଇରିଆ, ଖାଦ୍ୟ ବିଷକ୍ରିୟା ଓ ଅନ୍ୟାନ୍ୟ ରୋଗର କାରଣ ପାଲଟିଛି । ଏତେ ସବୁ ଅନିୟମିତ ସତ୍ତ୍ୱେ ପ୍ରଶାସନିକ ଅଧିକାରୀଙ୍କ ନଜର ଏସବୁ ଉପରେ ପଡୁନାହିଁ । ବ୍ୟବସାୟୀମାନେ ମାତ୍ର ଲାଭ ପାଇଁ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି । ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲ ବ୍ୟବହାର ଓ ବାସୀ ଖାଦ୍ୟ ବିକ୍ରି ଏବେ ତାଙ୍କର ସ୍ୱଭାବ ପାଲଟି ଯାଇଛି । ସାଧାରଣରେ ଦାବୀ ହୋଇଛି, ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୁରନ୍ତ ବଜାରରେ ଚଢଉ କରି ଖାଦ୍ୟ ନମୁନା ସଂଗ୍ରହ କରନ୍ତୁ । ନକଲି ଓ ଅପମିଶ୍ରିତ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଦୃଢ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତେଣୁ ଜିଲାର ୧୪ଟି ବ୍ଲକ ସହ ପୌରାଞ୍ଚଳ ଓ ଏନଏସିରେ ଥିବା ଦୋକାନ, ବଜାରରେ ଚଢଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande