
ସମ୍ବଲପୁର, ୨୪, ଜୁଲାଇ (ହି.ସ.) ବୁର୍ଲା ଥାନା ପୋଲିସ ନକଲି କଫ୍ ସିରପ ଓ ଅବୈଧ ଓଏସ୍ ମଦ କାରବାର କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବୁର୍ଲା ଥାନାରେ ରୁଜ୍ଜୁ ହୋଇଥିବା ୩୨୫/ ୨୬ ଅନୁଯାୟୀ ବୁର୍ଲା ଥାନା ଅନ୍ତର୍ଗତ ଗୋଲାମୁଣ୍ଡା ଅଞ୍ଚଳର କାହ୍ନା ଓରଫ କୀର୍ତ୍ତି ଚନ୍ଦ୍ର ଥାଲିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବେଳେ ଅଭିଯୁକ୍ତ ଠାରୁ ଏକ ପ୍ଲାଷ୍ଟିକ ବ୍ୟାଗ୍,
୭୫୦ ମିଲିଲିଟର ସନ୍ଦିଗ୍ଧ ନକଲି କଫ୍ ସିରପ ଭରା ୧ ଲିଟରର ଏକ ପ୍ଲାଷ୍ଟିକ ବୋତଲ। ୨୧ଟି ୱିନସେରେକ୍ସ ( କଫ୍ ସିରପର ସିଲ୍ ବୋତଲ (୧୦୦ ମି.ଲି. )। ୪ଟି ଖୋଲା କ୍ୟାପ୍ ଥିବା ୱିନସେରେକ୍ସ କଫ୍ ସିରପ ବୋତଲ। ୩ଟି ଖାଲି ୱିନସେରେକ୍ସ କଫ୍ ସିରପ ବୋତଲ।
ନାଇଟ୍ ୧୦ ଟାବଲେଟର ଏକ ଷ୍ଟ୍ରିପ୍ (୫ଟି ଟାବଲେଟ)।
୧୪ଟି ‘ଡକ୍ ଛାପ’ ଓଏସ୍ ମଦ ପାଉଚ୍ (ପ୍ରତିଟି ୨୦୦ ମି.ଲି.) ଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ