
କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଏକ ମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ୍ୱାରୁଅ ସ୍ଥିତ ରେଡିଓ ଭାବଗ୍ରାହୀ ଆନୁକୁଲ୍ୟରେ ଜାତୀୟ ପ୍ରସାରଣ ଦିବସ ଯଥାବିଧି ପାଳିତ ହୋଇଯାଇଛି। ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡ଼ିଓରେ ଅନୁଷ୍ଠିତ ଏହି ଭବ୍ୟ କାର୍ୟ୍ୟକ୍ରମରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଆର୍ଡିସିୱ।ଇଓ ର ସଂପାଦକ ଚିତରଞ୍ଜନ ପ୍ରଧାନ ଏବଂ ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ କୁମାର ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରସାରଣ ଦିବସର ତାତ୍ପର୍ୟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଗୀତିକାର ବିମଳ ପ୍ରସାଦ ପରିଡ଼ା ବକ୍ତବ୍ୟ ପ୍ରଦାନ ପୂର୍ବକ କହିଥିଲେ ଯେ ୧୯୨୭ ମସିହା ଜୁଲାଇ ୨୩ ତାରିଖରେ ଇଣ୍ଡିଆନ୍ ବ୍ରଡ୍ କାଷ୍ଟିଙ୍ଗ୍ କମ୍ପାନୀ ପ୍ରଥମ ଥର ପାଇଁ ବମ୍ବେରୁ ରେଡିଓ ପ୍ରସାରଣ ଆରମ୍ଭ କରିଥିଲେ। ୧୯୩୬ ମସିହାରେ ଭାରତ ସରକାର ଏହାକୁ ଅଲ୍ ଇଣ୍ଡିଆ ରେଡ଼ିଓ ଏବଂ ୧୯୫୭ ମସିହାରେ ଆକାଶବାଣୀ ନାମରେ ନାମିତ କରିଥିଲେ। ଅନ୍ୟତମ ଅତିଥି ପ୍ରବଚକ ବିକ୍ରମ କେଶରୀ ପରିଡ଼ା ରେଡିଓ ପ୍ରସାରଣର ବିକାଶକୁ ମନେପକାଇବା ସହିତ ଶିକ୍ଷା, ସୂଚନା ଓ ମନୋରଞ୍ଜନ କ୍ଷେତ୍ରରେ ରେଡିଓର ଭୂମିକାକୁ ସମ୍ମାନ ଦେବା ଜାତୀୟ ପ୍ରସାରଣ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି କ୍ରମରେ ରେଡିଓ ଭାବଗ୍ରାହୀ ବହୁ ଜନ ହିତାୟ , ବହୁ ଜନ ସୁଖାୟ ଉକ୍ତିକୁ ତାର ନିଜସ୍ୱ କାର୍ୟ୍ୟକ୍ରମ ମାଧ୍ୟମରେ ସାକାର କରୁଛି ବୋଲି ରେଡିଓ ଭାବଗ୍ରାହୀ ଟ୍ରଷ୍ଟ ସଭାପତି ସୁଶ୍ରୀ ସଙ୍ଗୀତା ଜେନା ମତବ୍ୟକ୍ତ କରିଥିଲେ। ଆରମ୍ଭରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ର, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭିକାରୀ ବଳ, କବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିମଳ ପରିଡ଼ା, ରୂପାଲି ସୂତାର, ଅଙ୍କିତା ପରିଡ଼ା, ସନ୍ତୋଷ ଦାସ, ଅମର ବିଶ୍ୱାଳ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତ ଗାଇଥିଲେ। ଅର୍ପିତା ସାହୁ, ଭିଲିପ୍ସା ସାହୁ ଏବଂ ପ୍ରତୀକ୍ଷା ନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ରେଡିଓ ଭାବଗ୍ରାହୀର କେନ୍ଦ୍ର ନିର୍ଦ୍ଦେଶକ ଇଂ. ବିଶ୍ୱଜିତ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି