ମାଲକାନଗିରିର ପଂଚାୟତ ପ୍ରତିନିଧିଙ୍କୁ ଭେଟିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ)- ମାଲକାନଗିରିବାସୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ପିଆରଆଇ ସଦସ୍ୟ ଏବଂ ନେତୃବୃନ୍ଦ ଶୁକ୍ରବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ଭେଟିଛନ୍ତି। ସଭାପତି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସଙ୍ଗ
gvbhdrgf


ଭୁବନେଶ୍ୱର, ୨୪ ଜୁଲାଇ (ହି.ସ)- ମାଲକାନଗିରିବାସୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ପିଆରଆଇ ସଦସ୍ୟ ଏବଂ ନେତୃବୃନ୍ଦ ଶୁକ୍ରବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ଭେଟିଛନ୍ତି। ସଭାପତି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସଙ୍ଗଠନକୁ ଆହୁରି ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି।

ଏନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ମାଲକାନଗିରିରୁ ଆସିଥିବା ପଂଚାୟତ ପ୍ରତିନିଧି ଏବଂ ନେତୃବୃନ୍ଦଙ୍କୁ ଭେଟି ଲୋକଙ୍କ ସୁବିଧା, ଅସୁବିଧା ବୁଝିଲି। ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିବା ସହ ଲୋକଙ୍କ ସହିତ ରହି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ କଲି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande