କୁଡୁମୁଲୁଗୁମ୍ମା ଫାଣ୍ଡିରେ ନୂତନ ପୋଲିସ ଅଧିକାରୀଙ୍କ ଯୋଗଦାନ
ମାଲକାନଗିରି, ୨୪ ଜୁଲାଇ (ହି.ସ.)- ଓର୍କେଲ ଥାନା ଅଧୀନ କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡିରେ ନୂତନ ପୋଲିସ ଅଧିକାରୀ ଭାବେ ପ୍ରଦୀପ କୁମାର ନାୟକ ଯୋଗ ଦେଇଛନ୍ତି । ଆଜି କୁଡୁମୁଲୁଗୁମ୍ମା ପତ୍ରକାର ସଂଘ ସଦସ୍ୟ ପ୍ରଭାକର ସୁନା, ଗଣେଶ ପ୍ରସାଦ ଦାସ ଓ ଭଗବାନ ସାହୁ ପ୍ରମୁଖ ଫୁଲତୋଡ଼ା ଦେଇ ନୂତନ ପୋ
କୁଡୁମୁଲୁଗୁମ୍ମା ଫାଣ୍ଡିରେ ନୂତନ ପୋଲିସ ଅଧିକାରୀ ଙ୍କ ଯୋଗଦାନ


ମାଲକାନଗିରି, ୨୪ ଜୁଲାଇ (ହି.ସ.)- ଓର୍କେଲ ଥାନା ଅଧୀନ କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡିରେ ନୂତନ ପୋଲିସ ଅଧିକାରୀ ଭାବେ ପ୍ରଦୀପ କୁମାର ନାୟକ ଯୋଗ ଦେଇଛନ୍ତି । ଆଜି କୁଡୁମୁଲୁଗୁମ୍ମା ପତ୍ରକାର ସଂଘ ସଦସ୍ୟ ପ୍ରଭାକର ସୁନା, ଗଣେଶ ପ୍ରସାଦ ଦାସ ଓ ଭଗବାନ ସାହୁ ପ୍ରମୁଖ ଫୁଲତୋଡ଼ା ଦେଇ ନୂତନ ପୋଲିସ ଅଧିକାରୀଙ୍କୁ ସ୍ୱାଗତ କରିବା ସହିତ, ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ପୋଲିସ ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲଙ୍ଗୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ପ୍ରକାଶ ଥାଉକି, ନୂତନ ପୋଲିସ ଅଧିକାରୀ ଶ୍ରୀ ନାୟକ ଏହା ପୂର୍ବରୁ ଏମଭି ୭୯ ଥାନାରେ ଏସ୍ ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ଯୁବ ଓ ଦକ୍ଷ ଅଧିକାରୀ ଭାବରେ ବେଶ୍ ପରିଚିତ । ସେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିନରେ ଥିବା ସମ୍ପୁର୍ଣ୍ଣ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ସହ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande