ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା, ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଏହା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା, ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଏହା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ବାଲେଶ୍ୱର ଜିଲ୍ଲାର ବାହାନଗାରେ ୮୫.୦ ମି.ମି., ଭୋଗରାଇରେ ୫୮.୦ ମି.ମି., ଔପଦାରେ ୫୨.୦ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୫୧.୩ ମି.ମି., ଆନନ୍ଦପୁରରେ ୫୧.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୫୦.୯ ମି.ମି., ନୀଳଗିରିରେ ୪୯.୦ ମି.ମି., ଖଇରାରେ ୪୭.୦ ମି.ମି., ସୋରୋରେ ୩୬.୦ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୩୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୩୫.୦ ମି.ମି. ଏବଂ ଶାମାଖୁଂଟାରେ ୩୪.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande