
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.)- ଆଗାମୀ ୪ ଦିନ ଅର୍ଥାତ୍ ଜୁଲାଇ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଓଡ଼ିଶା ଉପକୂଳ ଏବଂ ବାହାର ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।
ଏହି ସମୟରେ ୨୪ ଓ ୨୫ ତାରିଖ ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ତଥା ଏହାର ଝଟକା ୫୫ କି.ମି. ଛୁଇଁପାରେ ।
ସେହିପରି ଜୁଲାଇ ୨୬ ଓ ୨୭ ତାରିଖ ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ତଥା ଏହାର ଝଟକା ୬୦ କି.ମି. ଛୁଇଁପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ