ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ
Pocso Court Judgment News from phulbani
ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ


କନ୍ଧମାଳ, ୨୪ ଜୁଲାଇ (ହି.ସ.)-

ଆଜି ଏକ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ କୋର୍ଟର ବିଚାରପତି, ମନରଞ୍ଜନ ଦାସ ମାମଲାର ସାକ୍ଷ୍ୟ ପ୍ରମାଣ ଆଧାରରେ ଘଟଣାର ଅଭିଯୁକ୍ତ ଜନକ ଯାନିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଏଥି ସହ ପୀଡିତା ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି l

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଜନକ ଜାନି ଗତ ୨୦୨୪ ମସିହାରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଗୋଟିଏ ପରିତ୍ୟକ୍ତ ଘରକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥଲା l ତେବେ ଚିତ୍କାର ଶୁଣି ଦୁଇ ଜଣ ଯୁବକ ଦେଖି ଗାଁ ରେ ଲୋକଙ୍କୁ ଖବର ଦେଇଥିଲେ l ପରିବାର ଲୋକେ ଅଭିଯୁକ୍ତକୁ ଡାକି ପଚାରିବାରେ ସେ ଧମକ ଦେଇଥିଲା l ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଜନକ ଜାନିକୁ ଗିରଫ କରିଥିଲା l ଆଜି ପୋକସୋ କୋର୍ଟ ବିଚାରପତି ଉପରୋକ୍ତ ମାମଲାର ବିଚାର କରି ଚୂଡାନ୍ତ ରାୟ ଶୁଣାଇଛନ୍ତି l ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ରମେଶ ଚନ୍ଦ୍ର ମହାନ୍ତି ମୋକଦ୍ଦମା ପରିଚାଳନା କରୁଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande