ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ବିଜେପିରେ ଯୋଗଦାନ ପରେ ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା, ୨୪ ଜୁଲାଇ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜି ମଣ୍ଡପ ଠାରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ବିଜେପିରେ ଯୋଗଦାନ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ, ଗତ ଜୁଲାଇ ୧୭ ତାରିଖରେ ମୁଁ, ମୋର ଉପାଧ୍
Press meet at khariar


ନୂଆପଡ଼ା, ୨୪ ଜୁଲାଇ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜି ମଣ୍ଡପ ଠାରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ବିଜେପିରେ ଯୋଗଦାନ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ, ଗତ ଜୁଲାଇ ୧୭ ତାରିଖରେ ମୁଁ, ମୋର ଉପାଧ୍ୟକ୍ଷ ଓ ମୋର ଆଠ ଜଣ କାଉନ୍ସିଲର ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦାନ କରିଛୁ। ବିଜେପିରେ ଯୋଗଦାନ ପରେ କିଛି ସାମାଜିକ ଗଣମାଧ୍ୟମ ଓ କିଛି ଲୋକ ମୋତେ ତିନୋଟି ରାଜନୀତି ପାର୍ଟିରେ ଯୋଗଦାନ ପରେ ବିଜେପିରେ ସାମିଲ ହୋଇଥିବା ପ୍ରଚାର କରୁଛନ୍ତି। ତାହା ସେମାନଙ୍କ ସମ୍ପୂର୍ଣ୍ଣ ଭୁଲ। ମୁଁ କେବଳ ୨୦୧୬ ରେ କଂଗ୍ରେସରେ ଯୋଗ ଦେଇଥିଲି ଓ ୨୦୧୭ ନିର୍ବାଚନରେ ଜିଲ୍ଲା ପରିଷଦରେ ବିଜୟୀ ହୋଇଥିଲି। ସେହିପରି ୨୦୨୨ ରେ କଂଗ୍ରେସ ଟିକେଟରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲି। ହେଲେ ଗତ ୨୦୨୪ ଜାତୀୟ ନିର୍ବାଚନରେ ମୁଁ ନିରବ ରହିଲି ଫଳରେ ମୋତେ ଦଳରୁ ନିଲମ୍ବିତ କରିଥିଲେ। ବର୍ତ୍ତମାନ ମୁଁ ବିଜେପିରେ ଯୋଗ ଦେଲାପରେ କଂଗ୍ରେସ ଓ ବିଜେଡି ଦଳ ପକ୍ଷରୁ ମୋତେ ଦୁର୍ନୀତିରେ ଲିପ୍ତ ଅଭିଯୋଗ କରିଛନ୍ତି। ମୋର ସାଢ଼େ ନଅ ବର୍ଷର ରାଜନୀତି ଜୀବନରେ କେବେ ଦୁର୍ନୀତିକୁ ପ୍ରଶୟ ଦେଇନାହିଁ। ମୁଁ ଜନତାଙ୍କ ସେବା କରିବା ପାଇଁ କାମକରେ। ସେହିପରି ଆବାସ ଓ ଉନ୍ନତିମୂଳକ ଯୋଜନାରେ ଦୁର୍ନୀତି ହୋଇଥିବା ବିଭିନ୍ନ ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ ଆଧାର କାର୍ଡ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୁଏ। ଏନଏସି ଅଫିସ କେବଳ ଗୋଟିଏ ମାଧ୍ୟମ ଏଥିରେ ଦୁର୍ନୀତି ହୋଇପାରିବ ନାହିଁ। ସେହିପରି ବିଭିନ୍ନ ଯୋଜନାରେ ଦୁର୍ନିତ ହୋଇଥିବା ଅଭିଯୋଗ କରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ତଦନ୍ତ କରାଯାଉ ପ୍ରକୃତ ତଥ୍ୟ ଜଣାପଡିବ। କେବଳ ମୌଖିକ କହିଲେ ହେବ ନାହିଁ। କଂଗ୍ରେସ ଦଳରେ ଥାଇ ମଧ୍ୟ ଆମ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହିତ ଥିଲି। ଭୁବନେଶ୍ୱର ଠାରେ ଗଣମାଧ୍ୟମରେ ବିବୃତି ଯାହା କହିଥିଲି ତାହା ମୁଁ ରାଜନୀତିରେ ପରିପକ୍ଵ ବୋଲି କହିନଥିଲି। ତାହା ବୁଝିବା ଭୁଲ ଥାଇପାରେ। ମୁଁ ବର୍ତ୍ତମାନ ସ୍ୱାଧୀନ ଭାବରେ ମୋର ନିଷ୍ପତି ନେଇପାରୁଛି ବୋଲି ପ୍ରକାଶ କରିଥିଲେ। କଂଗ୍ରେସ ଓ ବିଜେଡି ମୋତେ ଆମ ଦଳରେ ନଥିଲେ କହୁଛନ୍ତି ତାହା ଠିକ। ମୁଁ ସ୍ୱାଧୀନ ଭାବରେ ଥାଇ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦାନ କରିଛି। ମୁଁ ବିଜେପିରେ ଯୋଗଦାନ ପରେ ଖଡ଼ିଆଳ ଏନ ଏ ସିର ଅଧିକ ବିକାଶ ହେବ। ମୁଁ ଛୋଟ ବେଳରୁ ବିଜେପି ପାର୍ଟି ପ୍ରତି ଆକୃଷ୍ଟ ଥିଲି ଓ ଆଗକୁ ମଧ୍ୟ ବିଜେପିରେ ରହିବି ବୋଲି ପ୍ରକାଶ କରିଥିଲେ।

ଏହି ସମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ରାଜା ସାହେବ ଦେବ ଦେବ ପ୍ରସାଦ ସିଂ ଦେଓ, ଜିଲା ଯୁବ ସଭାପତି ଜ୍ଞାନ ରଞ୍ଜନ ମେଘ ଓ ଜୟରାମ କୈବର୍ତ୍ତ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande