
ଝାରସୁଗୁଡ଼ା, ୨୪ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଜୟପୁର ଗଡ ତଥା ବର୍ତ୍ତମାନର କୋଲାବିରାର ବହୁ ପୁରାତନ ବାହୁଡ଼ା ଯାତ୍ରା ଶୁକ୍ରବାର ମହାସମାରୋହରେ ସମ୍ପନ୍ନ ହୋଇଯାଇଛି l ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ମା ମନ୍ଦିରରେ ୯ ଦିନ ରହି ଭକ୍ତଙ୍କୁ ୯ଟି ଅବତାରରେ ଦର୍ଶନ ଦେଇ ଶୁକ୍ରବାର ପୁଣି ନିଜ ମନ୍ଦିରକୁ ଫେରିଛନ୍ତି l ମାଉସୀ ମା ମନ୍ଦିରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ କର୍ତ୍ତା ଓ ବିଜୟ ପୂଜାରୀ ପୂଜକ ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ l ବିଧାୟକ ଟଙ୍କଧର ତ୍ରିପାଠୀ ନିଜ ସମର୍ଥକଙ୍କ ସହ ପୂଜାରେ ଭାଗ ନେଇ ପ୍ରଭୁଙ୍କୁ ରଥାରୁଢ଼ କରିବାରେ ସହଯୋଗ କରିଥିଲେ l ମାଉସୀ ମା ମନ୍ଦିରରେ ସଚ୍ଚିକାନ୍ତ ସାହୁଙ୍କ ସହ ଭକ୍ତ ବୃନ୍ଦ ପ୍ରଭୁଙ୍କୁ ବିଦାୟ ଦେଇଥିଲେ l ସମ୍ପ୍ରଦା ମଣ୍ଡଳୀ ଓ କୀର୍ତ୍ତନର ତାଳେ ତାଳେ ରଥ ଗ୍ରାମ ପରିକ୍ରମା କରି ଜଗନ୍ନାଥ ମନ୍ଦିର ପହଞ୍ଚିବା ପରେ ତିନି ଠାକୁର ମନ୍ଦିର ପ୍ରବେଶ କରିଥିଲେ l
ପୂଜକ ଓମପ୍ରକାଶ ପୂଜାରୀ, ସଞ୍ଜୟ ପୂଜାରୀ, ରାଜେଶ ପୂଜାରୀ, ସୁମିତ ପୂଜାରୀ, ଭରତ ମିଶ୍ର ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ l ଏଥିରେ ରଥଯାତ୍ରା କମିଟି ର ସଭାପତି ପ୍ରକାଶ ହୋତା, ସମ୍ପାଦକ ମନୁଆ ପୁରୋହିତ, ସୁଶିଲ ଦାଶ, ସମରେନ୍ଦ୍ର ରାଏ, ରାଜେଶ ଦାଶ, ସୁକାନ୍ତ ସାହୁ, ଲିଙ୍କନ ଟଣ୍ଡକାର, ସିଲୁ ରାଏ, ସାନନ୍ଦ ମହାପାତ୍ର, ଅଶୋକ ବେହେରା, କମଳ ଭଞ୍ଜ,ମହେନ୍ଦ୍ର ସାହୁ, ଡୋଳାମଣି ବେହେରା, ନିପୁ ମହାପାତ୍ର, ସୁଜିତ୍ ଭଞ୍ଜ, ବୁଟୁ ମହାପାତ୍ର, ବିଜୟ ବେହେରା, କିଶୋର ପୁହାଣ, ପ୍ରବୀଣ ଦାସ, ଦିଲିପ ପୁରୋହିତ, ଅଟଳ ମିଶ୍ର, ସତ୍ୟନାରାୟଣ ଦାଶ, ସୁଶାନ୍ତ ଦାଶ, ରାମନେହୁରା ପାଣ୍ଡେ, ବାଦଲ ପୂଜାରୀ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ