
ଗଂଜାମ, 24 ଜୁଲାଇ (ହି.ସ.) ଶେରଗଡ ପଞ୍ଚାୟତ ସମିତି ଚେୟାରମ୍ୟାନ୍ କୃଷ୍ଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟରେ ମାର୍ଚ୍ଚ ୧୦ରେ କେତେକ ଯୁବକ ପଶି ଆକ୍ରମଣ କରିଥିବା ଘଟଣାରେ କୁମାର ପାଣି ସରପଞ୍ଚ ଉଦୟନାଥ ପ୍ରଧାନ ଓ ସନ୍ତୋଷ କୁମାର ପ୍ରଧାନ ଶେରଗଡ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଶେରଗଡ ପୁଲିସ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତ ମାନେ ଶୀଘ୍ର ଗିରଫ ହେବେ ବୋଲି ପୁଲିସ ସୂଚନା ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ