
ଭୁବନେଶ୍ୱର, 24 ଜୁଲାଇ (ହି.ସ.): ଓଡ଼ିଶାର
ପ୍ରଖ୍ୟାତ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି
ବିମ୍ବାଧର ମୁଦୁଲିଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୧୦୨ ବର୍ଷ ବୟସ
ହୋଇଥିଲା।
ଦୀର୍ଘଦିନ ଧରି ଅସୁସ୍ଥ ଥିବା
ବିମ୍ବାଧର ମୁଦୁଲି କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ
ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର
ବାସିନ୍ଦା ବିମ୍ବାଧର ମୁଦୁଳି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ।
ସମ୍ପ୍ରତି ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଏବଂ ଏହି
ଦାୟିତ୍ୱକୁ ସକ୍ରିୟ ଭାବେ ତୁଲାଉଥିଲେ।
ତାଙ୍କ ପରଲୋକରେ ସମଗ୍ର
ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ସାମାଜିକ,
ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ
ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ଦେଶପ୍ରେମ, ତ୍ୟାଗ ଓ
ରାଷ୍ଟ୍ରସେବା ସର୍ବଦା ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା