
ଭୁବନେଶ୍ୱର, 24 ଜୁଲାଇ
(ହି.ସ) ପାଣ୍ଡିଆନଙ୍କୁ ନୋଟିସ ପ୍ରସଙ୍ଗରେ ବଦନାମର ଅଭିସନ୍ଧି ଥିବା ବିଜେଡି କହିଛି । ଫାଇଲ
ଚୋରି ହେଇଛି ନା ଫାଇଲ ହଜିଛି ସ୍ପଷ୍ଟ କର ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି | ଫାଇଲ
କୌଣସି ନା କୌଣସି ଆଲମାରୀରେ ରହିଯାଇଛି |
ତାକୁ ଖୋଜିବାକୁ ଉଦ୍ୟମ ହେଇଛି | ଆଗ ଖୋଜନ୍ତୁ, ଯଦି ନ ପାଇବେ
କହିବେ | ଫାଇଲ
ଚୋରି କାହିଁକି ହେବ | ପରିଶ୍ରମ କରି,
ନିଷ୍ଠାର ସହ ଖୋଜିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ, ଗୃହ
ବିଭାଗ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ଚାମ୍ବରରେ ମିଳିବ ବୋଲି ସେ କହିଛନ୍ତି |
ସେ କହିଛନ୍ତି ଯେ, ଅଡୁଆ କାହାର
ବଢୁଛି ତଳେଇ ଦେଖିଲେ ଜାଣିବେ | ତିଳକୁ ତାଳ କରିବା ପାଇଁ ,ବର୍ତମାନ ଯେଉଁ ସବୁ ସମସ୍ୟା, ଜନ
ଆକ୍ରୋଶରୁ ଜନ ସାଧାରଣ ଠାରୁ ଦୃଷ୍ଟି ଅଡ଼େଇବା ପାଇଁ ଏ ସବୁ କରାଯାଉଛି | ସାରା
ଭାରତ ବର୍ଷ ବର୍ତମାନରେ ଆନ୍ଦୋଳନ | ପାଠ୍ୟ ପୁସ୍ତକରେ ତ୍ରୁଟି,
ଏସବୁ ଅସନ୍ତୋଷ ବର୍ତ୍ତମାନ କ୍ରୋଧରେ ପରିଣତ ହୋଇଛି | ଏସବୁରୁ
ଲୋକ ନଜରରୁ ହଟାଇବା ପାଇଁ ପାଣ୍ଡିଆନଙ୍କୁ ନୋଟିସ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ
ହତ୍ୟା ଘଟଣା ସମୟରେ ସରକାରରେ ଥିଲେ ବିଜେଡି -ବିଜେପି | ନାଇଡୁ 2016 ମସିହାରେ
ରିପୋର୍ଟ ଦାଖଲ କଲେ ଯାହା ସୁପାରିଶ କରିଥିଲେ କାର୍ଯ୍ୟାନୁଷ୍ଠାନ ହୋଇଛି | ରିପୋର୍ଟ
ସାର୍ବଜନୀନ ହୋଇଛି ତାହେଲେ ଜଣେ ଫାଇଲ କାହିଁକି ଲୁଚେଇବେ | ଏହା ପଛରେ ବଦନାମ କରିବାର
ଅଭିସନ୍ଧି ରହିଛି | ଅତନୁ ସବ୍ୟସାଚୀ ନାୟକ ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଇସ୍ତଫା
ଦେଇଥିଲେ | ବିଜେଡି
ସମୟରେ ଯାହା ହେଇଛି ସ୍ୱୀକାର କରୁଛୁ କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା