
ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ପବିତ୍ର
ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା' ସୁଭଦ୍ରା
ଓ ପ୍ରଭୁ ବଳଭଦ୍ରଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା