
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ)- କ୍ଷେପଣାସ୍ତ୍ର 'କୁଶା'ର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡିଶା ଉପକୂଳର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର 'କୁଶା'ର ସଫଳ ପ୍ରଥମ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ
ଏବଂ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ। ଏହି ସଫଳ ପରୀକ୍ଷଣ ଭାରତର ବାୟୁ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହେବ। ଦେଶର ବର୍ଦ୍ଧିତ ପ୍ରତିରକ୍ଷା କ୍ଷମତାରେ ଅବଦାନ ପାଇଁ ଓଡିଶା ଗର୍ବିତ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା