ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଦେହାନ୍ତରେ କେଭି ସିଂହେଦଓଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଦେହାନ୍ତରେ କେଭି ସିଂହେଦଓ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଦେହ
ସ୍ୱାଧୀନତା ସଂଗ୍ରାମୀ     ବିମ୍ବାଧର ମୁଦୁଲିଙ୍କ ଦେହାନ୍ତରେ କେଭି ସିଂହେଦଓଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ସ୍ୱାଧୀନତା

ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଦେହାନ୍ତରେ କେଭି ସିଂହେଦଓ ଶୋକ ପ୍ରକାଶ କରିଛନ୍ତି । ଏନେଇ

ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା

ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।

ଦେଶର ସ୍ୱାଧୀନତା ଏବଂ ଜନସାଧାରଣଙ୍କ ଅଧିକାର ସୁରକ୍ଷା ପାଇଁ ତାଙ୍କର ଅତୁଳନୀୟ ତ୍ୟାଗ ଓ

ସଂଗ୍ରାମ ସଦାସର୍ବଦା ସ୍ମରଣୀୟ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର

ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା

ଜ୍ଞାପନ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande