ଶ୍ରୀ ମନ୍ଦିରକୁ ବାହୁଡିଲେ ଶ୍ରୀଜୀଉ, ଶ୍ରଦ୍ଧାଳୁଙ୍କ ଭିଡ, ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ଅଚଂଳ
ଭଦ୍ରକ, ୨୪ ଜୁଲାଇ (ହି.ସ.) - ପ୍ରାୟ ୩ ଶହରୁ ଅଧିକ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଆଗରପଡାରେ ବାହୁଡା ଯାତ୍ରା ଏଥର ମଧ୍ୟ ମହାଆଡମ୍ବରରେ ସମାପନ ହୋଇଛି । ଅନୁକୂଳ ପାଗ ଯୋଗୁଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନି ସହିତ ଭଜନ, କୀର
srimandira ku bahudile sri jiew- agarpada


ଭଦ୍ରକ, ୨୪ ଜୁଲାଇ (ହି.ସ.) - ପ୍ରାୟ ୩ ଶହରୁ ଅଧିକ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଆଗରପଡାରେ ବାହୁଡା ଯାତ୍ରା ଏଥର ମଧ୍ୟ ମହାଆଡମ୍ବରରେ ସମାପନ ହୋଇଛି । ଅନୁକୂଳ ପାଗ ଯୋଗୁଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନି ସହିତ ଭଜନ, କୀର୍ତନ ଓ ଡାହୁକ ଡାକ ଗଗନ ପବନରେ ପ୍ରକମ୍ପିତ ହୋଇଥିଲା । ପ୍ରତ୍ୟୁଷରୁ ଗୁଣ୍ଡିଚା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଶ୍ରୀଜୀଉ ମାନଙ୍କର ହୋଇଥିଲା । ଅପରାହ୍ନରେ ଶ୍ରୀଜୀଉ ମାନଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ଠାକୁର ରାଜା ଜଗତମୋହନ ସିଂହ ରୂପା ଖଡିକାରେ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ଶ୍ରୀ ମନ୍ଦିରରେ ପହଚିଂ ମନ୍ଦିର ବିଜେ କରିଥିଲେ । ଥାନାଧିକାରୀ ରାଜେଶ କୁମାର ସେଠୀ ପୋଲିସ୍ ଫୋର୍ସ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବିଧାୟକ ସଞ୍ଜିବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଜେଡି ନେତା ପ୍ରଶାନ୍ତ ଦାଶ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande