ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ସନ୍ଧ୍ୟା ଆସର
ବଲାଙ୍ଗିର, ୨୪ ଜୁଲାଇ (ହି.ସ.)- ସ୍ଥାନୀୟ ରାମ ମନ୍ଦିର ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଶ୍ରୀମତୀ ରଶ୍ମି ପାତ୍ରଙ୍କ ସଭାପତିତ୍ଵ ଓ ସମ୍ପାଦକ ଦିଲୀପ କୁମାର ପୁରୋହିତଙ୍କ ନେତୃତ୍ବରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ


ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ


ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ


ବଲାଙ୍ଗିର, ୨୪ ଜୁଲାଇ (ହି.ସ.)- ସ୍ଥାନୀୟ ରାମ ମନ୍ଦିର ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଶ୍ରୀମତୀ ରଶ୍ମି ପାତ୍ରଙ୍କ ସଭାପତିତ୍ଵ ଓ ସମ୍ପାଦକ ଦିଲୀପ କୁମାର ପୁରୋହିତଙ୍କ ନେତୃତ୍ବରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ମହୋଦୟ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ଵ ରଚିତ ଭଜନ ଗାନ କରିଥିଲେ । ଏହା ସହ ସମସ୍ତ କବି ଓ କବୟିତ୍ରୀ ଭକ୍ତିପୂର୍ଣ୍ଣ ଭାବରେ ଖୁବ ସୁନ୍ଦର ସୁଲଳିତ କଣ୍ଠରେ ଭଜନ ସବୁ ପରିବେଷଣ କରି ରାମ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।

କବୟିତ୍ରୀ ସରସ୍ଵତୀ ମିଶ୍ର ସଂଯୋଜନା କରିଥିଲେ । ରାଜଶ୍ରୀ ତ୍ରିପାଠୀ, ସସ୍ମିତା ସାହୁ, ନିରୁପମା ମିଶ୍ର, ଜ୍ୟୋତିମୟୀ ତ୍ରିପାଠୀ, ଅମ୍ବିକା ଦାନୀ, ସୌଦାମିନୀ ମିଶ୍ର, ସଂନ୍ଧ୍ୟାରାଣୀ ତ୍ରିପାଠୀ, ଆରତୀ ତ୍ରୀପାଠୀ, କୁମୁଦିନୀ ପୃଷ୍ଟି, ରଶ୍ମିତା ପାତ୍ର, ରାମ ଶଙ୍କର ଶତପଥି, କୃଷ୍ଣଚନ୍ଦ୍ର ମିଶ୍ର, ମନରଞ୍ଜନ ଚାନ୍ଦ, ଆରତୀମିଶ୍ର, ଲିଲି ପଟେଲ ପ୍ରଭୃତି ଭଜନ କବିତା ସୁ ଲଳିତ କଣ୍ଠରେ ଗାନ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରି ଶେଷରେ ସେଉ, ବୁନ୍ଦି, ନଡ଼ିଆ, ମିଠା ପ୍ରସାଦ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଳୁ ମହା ଆନନ୍ଦରେ ପ୍ରସାଦ ପାଇ ଖୁସି ହୋଇଥିଲେ । ପରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନର ସୈଭାଗ୍ୟ ଅର୍ଜନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande