ରାଜ୍ୟରେ 5ଶହ ଇଭି ଚାର୍ଜିଂ ଷ୍ଟେସନ କରାଯିବାକୁ ଲକ୍ଷ୍ୟ- ମନ୍ତ୍ରୀ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)-ଓଡିଶାରେ 100 ଇଭିଚାର୍ଜିଙ୍ଗ ଷ୍ଟେସନ ହୋଇଛି। ଆଗକୁ ଆହୁରି ଇଭିଚାର୍ଜିଙ୍ଗ ଷ୍ଟେସନ କରାଯିବା। ଏବେ 500 ଇଭିଚାର୍ଜିଙ୍ଗ ଷ୍ଟେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କ
ରାଜ୍ୟରେ 5ଶହ ଇଭି ଚାର୍ଜିଂ ଷ୍ଟେସନ କରାଯିବାକୁ ଲକ୍ଷ୍ୟ- ମନ୍ତ୍ରୀ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)-ଓଡିଶାରେ 100 ଇଭିଚାର୍ଜିଙ୍ଗ ଷ୍ଟେସନ ହୋଇଛି। ଆଗକୁ ଆହୁରି ଇଭିଚାର୍ଜିଙ୍ଗ ଷ୍ଟେସନ କରାଯିବା। ଏବେ 500 ଇଭିଚାର୍ଜିଙ୍ଗ ଷ୍ଟେସନ

କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି।

ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ହେବ। ଷ୍ଟେଟ ହାଇୱେ ଓ ନ୍ୟାସନାଲ ହାଇୱେ କଡରେ ମଧ୍ୟ

କରାଯିବ। ଇଭିଭିତ୍ତିଭୂମିକୁ

ସୁଦୃଢ କରାଯାଉଛି। ଲୋକମାନେ ଇଭିମୁହାଁ ହେଉଛନ୍ତି ଓ

ଇଭି ଚାର୍ଜିଙ୍ଗ ଷ୍ଟେସନ ବ୍ୟାପକ ହେଲେ ଲୋକମାନେ ଆହୁରି ଆକୃଷ୍ଟ ହେବେ। ପିଏମ ଇ-ଡ୍ରାଇଭଯୋଜନା ମାଧ୍ୟମରେ ଓଡିଶାକୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ମଧ୍ୟ

ମିଳୁଛି, ଯାହାଦ୍ୱାରା ଇଭିକ୍ଷେତ୍ରରେ ଓଡିଶାରେ ବ୍ୟାପକ ପରିବର୍ତ୍ତନ ଆସୁଛି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande