ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅଗଷ୍ଟ ୯ରେ ବିଶାଳ ରାଲି
ଜୟପୁର, ୨୭ ଜୁଲାଇ (ହି.ସ.) - ଆସନ୍ତା ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ନେଇ ଜୟପୁରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ବ୍ଲକ ଆଦିବାସୀ ସଂଘ ସଭାପତି ଜିତେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଦିବସକୁ ଆଡ଼ମ୍ବରପୂର୍ଣ୍
ଜୟପୁରରେ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ  ଅଗଷ୍ଟ ୯ରେ ବିଶାଳ ରାଲି


ଜୟପୁର, ୨୭ ଜୁଲାଇ (ହି.ସ.) - ଆସନ୍ତା ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ନେଇ ଜୟପୁରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ବ୍ଲକ ଆଦିବାସୀ ସଂଘ ସଭାପତି ଜିତେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଦିବସକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁଯାୟୀ, ଅଗଷ୍ଟ ୯ ତାରିଖ ପୂର୍ବାହ୍ନରେ ପ୍ରଥମେ ଜୟପୁର ସୂର୍ଯ୍ୟମହଲସ୍ଥିତ 'ବଣ୍ଡାବାଘ' ମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ଏହାପରେ ଆଦିବାସୀ ସମାଜ ପକ୍ଷରୁ ଏକ ବିଶାଳ ସାଂସ୍କୃତିକ ରାଲି ବାହାରି ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବ। ସେଠାରେ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ। ଏହି ସମାବେଶରେ ଆଦିବାସୀ ସମ୍ପ୍ରଦାୟର ଗାଦବା, ପରଜା, ସୌରା, ପେଣ୍ଠିଆ, ଅମାତ୍ୟ, ଭତ୍ରା, କନ୍ଧ ଓ ଭୂମିଆ ଜନଜାତିର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ରଣ୍ଡାପାଲି ସରପଂଚ ଆନନ୍ଦ ହାଲବା, ପାମ୍ପୁଣି ସରପଂଚ ଶିବ ଭୂମିଆ, ବୋଡ଼ୋଜିଉନା ସରପଂଚ ତ୍ରିନାଥ ପୂଜାରୀ, କନ୍ଧ ସମାଜର ଦିନୁ ହିକକା, ପେଣ୍ଠିଆ ସମାଜର ଲକ୍ଷ୍ମୀକାନ୍ତ ହାଲବା, ପରଜା ସମାଜର ଘାସି ମୁଦୁଲି, ଅମାତ୍ୟ ସମାଜର ପ୍ରଫୁଲ୍ଲ ଅମାତ୍ୟ, ଗାଦବା ସମାଜର ଭଗବାନ ଗାଦବା ଏବଂ ସୌରା ସମାଜର ଦୈତାରୀ ସୌରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande