ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣିର ସୂଚନା
ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର


ସମ୍ବଲପୁର, ୨୭ ଜୁଲାଇ (ହି.ସ.)- ଆଗାମୀ ଅଗଷ୍ଟ ମାସରେ ସମ୍ବଲପୁର ଜିଲ୍ଲାରେ ହେବାକୁ ଥିବା ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ସମ୍ପର୍କରେ ବିସ୍ତୃତ ସୂଚନା। ଏହି ଶୁଣାଣି କ୍ରମରେ ଅଗଷ୍ଟ ୩ ତାରିଖରେ ମାନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୧୦ ତାରିଖରେ କୁଚିଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୧୭ ତାରିଖରେ ନାକଟିଦେଉଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୨୪ ତାରିଖରେ ରେଙ୍ଗାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଅଗଷ୍ଟ ୩୧ ତାରିଖରେ ବାମରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜର ଅଭିଯୋଗ ସହିତ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande