ମରଣ ଯନ୍ତା ପାଲଟିଛି ବିଲଣା- ମିରିପୁର ରାସ୍ତା, ଯାତାୟତ ପାଇଁ ପଥଚାରୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବିଲଣା- ମିରିପୁର ରାସ୍ତା ମରଣ ଯନ୍ତା ପାଲଟିଛି।ଫଳରେ ପଥଚାରୀ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। ଏହି ରାସ୍ତାରେ ବିଲଣା ପଂଚାୟତର ମିରିପୁର, ମାଙ୍କଡ଼କୋଲା, ସମେତ ତଳଗୋପବିନ୍ଧା ପଂଚାୟତର ୭ଟି ଗ୍ରାମର ୭ଶହ ପରିବାର ଯାତାୟତ ସମୟରେ ବହୁ
BILANA - MIRIPUR RASTA


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବିଲଣା- ମିରିପୁର ରାସ୍ତା ମରଣ ଯନ୍ତା ପାଲଟିଛି।ଫଳରେ ପଥଚାରୀ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। ଏହି ରାସ୍ତାରେ ବିଲଣା ପଂଚାୟତର ମିରିପୁର, ମାଙ୍କଡ଼କୋଲା, ସମେତ ତଳଗୋପବିନ୍ଧା ପଂଚାୟତର ୭ଟି ଗ୍ରାମର ୭ଶହ ପରିବାର ଯାତାୟତ ସମୟରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଜଣାଯାଇଛି। ସ୍ଥାନୀୟ ଅଂଚଳବାସୀ ବିଭିନ୍ନ ସମୟରେ ସାଳନ୍ଦୀ ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ଯାହାଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାପଡିଛି ଯେ, ବିଲଣା -ମିରିପୁର ରାସ୍ତାରେ ସାଳନ୍ଦୀ ନଈ ଉପରେ ଥିବା ପୋଲ ଧସି ଯିବାରୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା କ୍ଷ ସାଳନ୍ଦୀ ନଈ ସଂସ୍କାର କାର୍ଯ୍ୟ ଚାଲିଥିବା ବେଳେ ଏପ୍ରକାର ପ୍ରରିସ୍ଥିତି ଉପୁଜିବାରୁ ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପରେ ଅଂଚଳବାସୀ ତିହିଡି଼ରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଜିଲାପାଳ ଦିଲୀପ ରାଉତରାଏ ତୁରନ୍ତ ଏହାର ସମାଧାନ ପାଇଁ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଭାଗ ପକ୍ଷରୁ ପୋଲ ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ କରା ନଯିବାରୁ ଏହା ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯାଉଥିବା ରୋଗୀମାନେ, ସ୍କୁଲ ଓ ଅଙ୍ଗନୱାଡି ପିଲାମାନେ ମଧ୍ୟ ଏଥିଯୋଗୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଛଡା ସାଳନ୍ଦୀ ନଈ ପାଣି ମାଡ଼ରେ ରାସ୍ତାରେ ଥିବା ପୋଲର ୱାଲ ନଷ୍ଟ ହେବାରେ ଲାଗିଲାଣି । ଏହାକୁ ତୁରନ୍ତ ମରାମତି କରା ନଗଲେ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ତୁରନ୍ତ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଧୀରେନ ନାୟକ, ଶଶିକାନ୍ତ ବେହେରା, ସୂର୍ଯ୍ୟମଣୀ ବେହେରା, ପ୍ରଭାକର ବେହେରା ପ୍ରମୁଖ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିକାରୀ ଅମୀୟ କୁମାର ପତିଙ୍କୁ ପଚାରିବାରୁ ସେ କହିଛନ୍ତିଯେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଛି । ଅନୁଦାନ ମିଳିଲେ ରାସ୍ତା ନିର୍ମାଣ କରାଯିବ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande