24 ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା- ବିଜେପି
ଭୁବନେଶ୍ୱର, 27 ଜୁଲାଇ (ହି.ସ.)-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି 24 ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା, ଅନେକ
24 ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା- ବିଜେପି


ଭୁବନେଶ୍ୱର, 27 ଜୁଲାଇ (ହି.ସ.)-ବିରୋଧୀ ଦଳ ନେତା

ନବୀନ ପଟ୍ଟନାୟକଙ୍କ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ

ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି 24 ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା, ଅନେକ ବିଭ୍ରାଟ ହୋଇଥିଲା, ହେଲେ କେହି ଇସ୍ତଫା ଦେଇଥିଲେ କି? ନବୀନ ବାବୁ ପ୍ରଥମେ ଉଦାହରଣ ସୃଷ୍ଟି କରନ୍ତୁ।

ଧର୍ମେନ୍ଦ୍ର ବାବୁ ଇସ୍ତଫା ଦେଇ ତ୍ୟାଗର ଉଦାହରଣ ରଖିଛନ୍ତି। ନିଟ ପ୍ରଶ୍ନପତ୍ର ଲିକ ମାମଲାରେ

କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି। ନବୀନ ବାବୁ ଆଗ ନିଜେ ଶିଖନ୍ତୁ ବୋଲି କହିଛନ୍ତି

ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande