
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶିକ୍ଷାମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ
ତ୍ରିପାଠୀ ଟାର୍ଗେଟ୍ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନିଜ ସରକାର ସମୟରେ
ଅନେକ ଥର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କେବଳ ନିଜ ଛବିକୁ ବଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ
ନିଲମ୍ବନ କରୁଥିଲେ । ସ୍ଥାୟୀ ସମାଧାନ ପାଇଁ ନବୀନ କଣ ଉଦ୍ୟମ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି
। ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ପୂରା ବିଜେପି ଓ ଏନ୍ଡିଏ
ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା