ଯଶିପୁର ଗାଁରେ ବାହୁଡାଯାତ୍ରା ସମ୍ପନ୍ନ : ମୁଖ୍ୟ ପୂଜକ କୁନୁ ନନାଙ୍କୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର, ୨୭ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା ଯାହା ସାରା ଓଡିଶା ବାସୀ ତଥା ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆକର୍ଷିତ କରିଛିI | ଏହି ଗ୍ରାମରେ ଗ୍ରାମବାସୀଙ୍କ ପ୍ରୟାସରେ ୬୨ ବର୍ଷରୁ ଉର୍ଦ୍ଧ ବାହୁଡା଼ ଯ
ଯଶିପୁର ଗାଁରେ ବାହୁଡାଯାତ୍ରା ସମ୍ପନ୍ନ : ମୁଖ୍ୟ ପୂଜକ କୁନୁ ନନାଙ୍କୁ ସମ୍ବର୍ଦ୍ଧନା


ରାଇରଙ୍ଗପୁର, ୨୭ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା ଯାହା ସାରା ଓଡିଶା ବାସୀ ତଥା ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆକର୍ଷିତ କରିଛିI | ଏହି ଗ୍ରାମରେ ଗ୍ରାମବାସୀଙ୍କ ପ୍ରୟାସରେ ୬୨ ବର୍ଷରୁ ଉର୍ଦ୍ଧ ବାହୁଡା଼ ଯାତ୍ରା ସଂମ୍ପନ୍ନ ହୋଇଛି । ଏହି ଗାଁରେ ଦୀର୍ଘ ଛଅ ଦଶନ୍ଧୀରୁ ଉର୍ଦ୍ଧ୍ବ ହେବ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ରିତିନୀତି ଅନୁଷ୍ଠିତ ହୋଇଥାଏ । ଗୋଟିଏ ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି । ରଥକୁ ଗୋଟିଏ ପଟେ ପୁରୁଷ ମାନେ ଟାଣୁଥିବା ବେଳେ ଅନ୍ଯ ପଟ ରଥ ଦଉଡିକୁ ମହିଳା ମାନେ ଟାଣିଥାନ୍ତି। ଚଳିତ ବର୍ଷ ବାହୁଡାଯାତ୍ରାରେ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡ ରେ ପ୍ରତ୍ଯେକ ଘର ଦ୍ବାର ଆଗରେ ଝୋଟି ଚିତା ଅଙ୍କନ ହୋଇଛି। ପ୍ରଭୁ ପ୍ରତ୍ଯେକ ଘର ଦ୍ବାର ଆଗରେ ଅଟକି ଭକ୍ତ ଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ଵାସ ରହିଛି ଏବଂ ଭକ୍ତଙ୍କ ହାତରୁ ପ୍ରସାଦ ଗ୍ରହଣ କରନ୍ତି। ଏହିଭଳି ଗାଁରେ ନିଆରା ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥାଏ। ବିଶେଷ ଭାବରେ ରଥର ପୂଜକ ଜିତେନ୍ଦ୍ର କୁମାର ଦାଶ (କୁନୁ ନନା)20 ବର୍ଷରୁ ଉର୍ଦ୍ଧ ସେବା ଯୋଗାଇଥିବାରୁ ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଙ୍ଘ ରାଇରଙ୍ଗପୁର ପକ୍ଷରୁ ଶ୍ରୀ ଜଗନ୍ନାଥ ସେବା ସମ୍ବର୍ଦ୍ଧନା ସମ୍ମାନ ସମର୍ପଣ ପୁସ୍ତକ ସହ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମର୍ପଣ ପ୍ରଦାନରେ ସଭାପତି ଭାଷ୍ଯକାର ଲଳିତ ମହାନ୍ତ, ସଂଗଠନ ସମ୍ପାଦକ ନିଗମାନନ୍ଦ ପଟ୍ଟନାୟକ, ସଂସ୍କୃତି ପ୍ରେମୀ ଦୁଷ୍ମନ୍ତ ବସା, ଭୂମି ଗୌରବ ସମ୍ମାନ ହରିଶ୍ଚନ୍ଦ୍ର ହୋତା ଓ ସହ ସମ୍ପାଦକ ସ୍ମୃତି ରଞ୍ଜନ ପାଣି, ପଣ୍ଡିତ ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଧାରାବିବରଣୀ ପ୍ରଦାନ କରିଥିଲେ। ଗାଁ ଦାଣ୍ଡ ଜଗନ୍ନାଥ ଧ୍ବନୀ ରେ କମ୍ପିଉଠିଲା।

ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ, କୁଦର ସାହି ମନ୍ଦିର କମିଟି ସଭାପତି ନଗେନ୍ଦ୍ର ବାରିକ୍,ସଂପାଦକ ସମୀର ମହାକୁଡ, କୋଷାଧ୍ୟକ୍ଷ ଲାଲ ମୋହନ ବାରିକ୍, ବରିଷ୍ଠ ସଦସ୍ୟ ଭରତ ଚନ୍ଦ୍ର ବେହେରା, ବିରେନ୍ଦ୍ର ଦଳେଇ, ବାବୁଲାଲ ପାତ୍ର, ଅମରେନ୍ଦ୍ର ମହାକୁଡ, ତ୍ରିଲୋଚନ ବାରିକ୍, ଗୌରୀ ପାତ୍ର,ଅନିଲ ନାଏକ, ମାଧବ ଚନ୍ଦ୍ର ଦଳେଇ,ବିଶ୍ୱଜିତ ଦାରିକ୍, ରାଜକୁମାର ମହାକୁଡ, ଶୌଲେଶ ଚନ୍ଦ୍ର ବାରିକ,ପଙ୍କଜ ବାରିକ୍, ରଞ୍ଜୟ ବାରିକ୍, ଅଭିଷେକ ମହାକୁଡ, ସୁଦର୍ଶନ ବାରିକ,ବାଦଲ ବାରିକ୍, ଶୁଭଜିତ ମହାକୁଡ, ଅଶିତ କୁମାର ବାରିକ,ସମୀର ମହାକୁଡ,ପରିଚାଳନାରେ ଇଂ କମଳାକାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ। ମନ୍ଦିରର ପୂଜକ ପଣ୍ଡିତ - ଜିତେନ୍ଦ୍ର କୁମାର ଦାଶଙ୍କ ମାର୍ଗଦର୍ଶନରେ ବାହୁଡା଼ଯାତ୍ରା ସଂମ୍ପନ୍ନ ହୋଇଥିଲା I ଏଥିରେ ହଜାର ହଜାର ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande