
ସୁବର୍ଣ୍ଣପୁର, ୨୭ ଜୁଲାଇ(ହି.ସ.) – ମଝିପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ଏକତା ମଂଚ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଓ ସଭାର ଆୟୋଜନ କରାଯାଇଅଛି। ଏହି ସଭାରେ ବ୍ରାହ୍ମଣ ସମାଜର ଉପଦେଷ୍ଠା ଶ୍ରୀ ଚମରା ରାମ ତ୍ରିପାଠୀ, ପଣ୍ଡିତ ଶିବ ନାରାୟଣ ପୂଝାରୀ, ରାଧେଶ୍ୟାମ ପୂଝାରୀ, ଓ କୈଳାଶ ଚନ୍ଦ୍ର ରଥ ଅତିଥି ଭାବରେ ଯୋଗଦେଇ ବ୍ରାହ୍ମଣ ସମାଜର ଏକତାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଦେଶର ସୁରକ୍ଷା ସନାତନ ଧର୍ମ ଓ ବ୍ରାହ୍ମଣ ସଂସ୍କୃତିର ସୁରକ୍ଷା ପାଇଁ ଆମ ଭିତରେ ଏକତା ପ୍ରତିଷ୍ଠା ଜରୁରୀ ବୋଲି ମତ ରଖି ଥିଲେ। ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ ଏହି ସଭାକୁ ସଂଯୋଜନା କରି ପ୍ରତି ବ୍ଲକ୍ରେ ଏହି ସଂଗଠନ ଗଠନ ହୋଇଥିବାବେଳେ ଆଗାମୀ ୨ ତାରିଖ ର ବ୍ରାହ୍ମଣ ସମାବେଶରେ ନଗର ବ୍ରାହ୍ମଣ ସମାଜର କମିଟି ଚୟନ କରାଯିବ ବୋଲି କହିଥିଲେ। ଓ ଆଗାମୀ ଦିନରେ ଜିଲ୍ଲା ରେ ବ୍ରାହ୍ମଣ ଏକତା ମଂଚର ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ। ଯେଉଁ ସମାବେଶ ରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ରହିବ ବୋଲି ଶ୍ରୀ ପୁରୋହିତ କହିଥିଲେ। ବରିଷ୍ଠ ସଦସ୍ୟ ଡ. ଆର୍ତତ୍ରାଣ ବାବୁ, ଡ଼ ସନ୍ତୋଷ ପାଢୀ, ସୀତାଂଶୁ ଶେଖର ମିଶ୍ର, ଦୁଃଖୀରାମ ମିଶ୍ର ସଙ୍ଗଠନ ଉପରେ ମତ ରଖିଥିଲେ। ଆଜିର ଏଇ ସାମ୍ୱାଦିକ ସମ୍ମିଳନୀ ଓ , ବୈକୁଣ୍ଠ ଶତପଥୀ, ପୀୟୂଷ ପଣ୍ଡା, ନାରାୟଣ ରଥ ପ୍ରମୁଖ ସହଯୋଗ କରିଥିବାବେଳେ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ଅଟଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ