ସିଜେଏମ୍ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ନୂଆପଡ଼ା, ୨୭ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଖଡ଼ିଆଳ କୋର୍ଟକୁ ପ୍ରଥମ ଗସ୍ତ ଅବସରରେ ଖଡ଼ିଆଳ ଯୁଡିସିଆଲ ବାର ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ବାର ହଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବନ
CJM nku swagat samardhana


ନୂଆପଡ଼ା, ୨୭ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଖଡ଼ିଆଳ କୋର୍ଟକୁ ପ୍ରଥମ ଗସ୍ତ ଅବସରରେ ଖଡ଼ିଆଳ ଯୁଡିସିଆଲ ବାର ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ବାର ହଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ସି.ଜେ.ଏମ୍.ଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ପ୍ରଦାନ କରି ଉଷ୍ମ ସ୍ୱାଗତ ଜଣାଯାଇଥିଲା। ବାର ଆସୋସିଏସନର ସଭାପତି ଗିରିଧାରୀ ବିଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ନ୍ୟାୟ ବ୍ୟବସ୍ଥାକୁ ଅଧିକ ଗତିଶୀଳ, ସ୍ୱଚ୍ଛ ଏବଂ ଜନମୁଖୀ କରିବା ପାଇଁ ନ୍ୟାୟପାଳିକା ଓ ଆଇନଜୀବୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ନ୍ୟାୟ ସେବାର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସମୟୋପଯୋଗୀ, ନିରପେକ୍ଷ ଏବଂ ସୁଲଭ ନ୍ୟାୟ ପ୍ରଦାନ କରିବା ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ନବନିଯୁକ୍ତ ସି.ଜେ.ଏମ୍. ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଖଡ଼ିଆଳ ବାର ଆସୋସିଏସନ ପକ୍ଷରୁ ମିଳିଥିବା ଆନ୍ତରିକ ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ନ୍ୟାୟପାଳିକା ଓ ଆଇନଜୀବୀମାନଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସମନ୍ୱୟ ରହିଲେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅଧିକ ସୁଚାରୁ ଓ ଫଳପ୍ରଦ ହୋଇପାରିବ। ଆଇନର ଶାସନ ପ୍ରତିଷ୍ଠା ଏବଂ ଜନସାଧାରଣଙ୍କ ନ୍ୟାୟ ପ୍ରତି ବିଶ୍ୱାସକୁ ଅକ୍ଷୁଣ୍ଣ ରଖିବା ଦିଗରେ ସେ ସର୍ବଦା ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande