
ଭୁବନେଶ୍ୱର, 27 ଜୁଲାଇ (ହି.ସ.)
- ମିସାଇଲ ମ୍ୟାନଙ୍କ
ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ
କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ୍ ବୈଜ୍ଞାନିକ, ମିସାଇଲ ମ୍ୟାନ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି
ଭାରତ ରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ
ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନ
କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ଆମ ପାଇଁ
ଚିର ଗୌରବର ବିଷୟ। ତାଙ୍କର ନୀତି, ଆଦର୍ଶ ଏବଂ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଆମକୁ ନିରନ୍ତର ପ୍ରେରଣା ଯୋଗାଉଥିବ।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, 'ମିସାଇଲ୍ ମ୍ୟାନ୍' ଭାବେ ପରିଚିତ, ଭାରତ ରତ୍ନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏ.
ପି. ଜେ. ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ଜ୍ଞାନ, ବିଜ୍ଞାନ ଏବଂ
ରାଷ୍ଟ୍ରହିତ ପ୍ରତି ତାଙ୍କର ଆଜୀବନ ସମର୍ପଣ ଭାରତର ଏକ ଅମୂଲ୍ୟ ଐତିହ୍ୟ। ତାଙ୍କର ପ୍ରେରଣାଦାୟୀ
ବ୍ୟକ୍ତିତ୍ୱ, ଦୂରଦର୍ଶୀ ଚିନ୍ତାଧାରା ଏବଂ ଯୁବଶକ୍ତି ପ୍ରତି ଅତୁଟ
ବିଶ୍ୱାସ ଆଗାମୀ ପିଢ଼ିକୁ ନବସୃଜନ, ଉତ୍କର୍ଷତା ଓ
ରାଷ୍ଟ୍ର ନିର୍ମାଣର ପଥରେ ସଦା ପ୍ରେରିତ କରିଚାଲିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା