ଚମ୍ପୁଆ ବଜାରରେ ଗୋରୁଙ୍କ ଆଡ୍ଡା : ବଢୁଛି ଦୁର୍ଘଟଣା, ଏନଏସି କର୍ତ୍ତୃପକ୍ଷ ନିଷ୍କ୍ରିୟ
ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚମ୍ପୁଆ ବଜାରର ବିଭିନ୍ନ ମୁଖ୍ୟ ରାସ୍ତାରେ ଗାଈ ଓ ବଳଦଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପ୍ରତିଦିନ ସନ୍ଧ୍ୟା ହେଲେ ଚମ୍ପୁଆ-ରାମଲା ୨୦ ନମ୍ବର ଜାତୀୟ ରାଜପଥ ସମେତ ଚମ୍ପୁଆ-ଯୋଡ଼ା ରାସ୍ତା ଏବଂ
ଚମ୍ପୁଆ ବଜାରରେ ଗୋରୁଙ୍କ ଆଡ୍ଡା : ବଢୁଛି ଦୁର୍ଘଟଣା, ଏନଏସି କର୍ତ୍ତୃପକ୍ଷ ନିଷ୍କ୍ରିୟ


ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚମ୍ପୁଆ ବଜାରର ବିଭିନ୍ନ ମୁଖ୍ୟ ରାସ୍ତାରେ ଗାଈ ଓ ବଳଦଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପ୍ରତିଦିନ ସନ୍ଧ୍ୟା ହେଲେ ଚମ୍ପୁଆ-ରାମଲା ୨୦ ନମ୍ବର ଜାତୀୟ ରାଜପଥ ସମେତ ଚମ୍ପୁଆ-ଯୋଡ଼ା ରାସ୍ତା ଏବଂ ଜଗନ୍ନାଥ ମନ୍ଦିର ଭଳି ପ୍ରମୁଖ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗାଈ, ବଳଦଙ୍କ ଆଡ୍ଡା ଜମୁଛି। ତା' ସହିତ ବଳଦ ଓ ଗାଈ ଗୁଡ଼ିକ ଚମ୍ପୁଆ ମୁଖ୍ୟ ବଜାର ମଝି ରାସ୍ତାରେ ବସି ରହୁଥିବା ଦେଖିବାକୁ ମିଳୁଛି। ଏହିସବୁ ଗୋମାତାମାନେ ରାସ୍ତା ମଝିରେ ଶୋଇ ରହୁଥିବାରୁ ସାଧାରଣ ଯାତାୟାତରେ ପ୍ରବଳ ବାଧା ସୃଷ୍ଟି ହେଉଛି। ରାତ୍ରି ସମୟରେ ଅନ୍ଧାର ଯୋଗୁଁ ଗାଡ଼ି ଚାଳକମାନେ ରାସ୍ତାରେ ବସିଥିବା ଗୋରୁଙ୍କୁ ଜାଣି ନପାରି ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦ୍ୱାରା ଉଭୟ ଜନସାଧାରଣ ଏବଂ ଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି ଯେ, ଏନଏସି କର୍ତ୍ତୃପକ୍ଷ ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରଶାସନର ଏଭଳି ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳବାସୀ ଏହାର ତୁରନ୍ତ ସ୍ଥାୟୀ ସମାଧାନ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande